ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରମାରେ ପଞ୍ଚମ ପରିକ୍ରମା ତଥା ଶେଷ ପରିକ୍ରମା ସଫଳତାର ସହ ପୂରଣ କରିଛି ଚନ୍ଦ୍ରଯାନ-୨ । ଏବେ ଆନ୍ତରିକ୍ଷ ଯାନରୁ ଲ୍ୟାଣ୍ଡର ବିକ୍ରମକୁ ଅଲଗା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ଇସ୍ରୋ ପକ୍ଷରୁ କୁହାଯାଇଛି କି ସୋମବାର ଚନ୍ଦ୍ରଯାନ-୨ ରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହୋଇଯିବ ଏବଂ ଚନ୍ଦ୍ରମାରେ ଅବତରଣ ପାଇଁ ଆଗକୁ ବଢିବ । ଏପର୍ଯ୍ୟନ୍ତ ମିଶନରେ ସମସ୍ତ ମାପଦଣ୍ଡ ସଠିକ୍ ରହିଛି ।
ବେଙ୍ଗାଲୁର ମୁଖ୍ୟାଳୟରୁ ଇସ୍ରୋ ପକ୍ଷରୁ କୁହାଯାଇଛି କି ରବିବାର ସନ୍ଧ୍ୟା ୬ ଟା ୨୧ ମିନିଟ୍ ରେ ଚନ୍ଦ୍ରଯାନ-୨ ପଞ୍ଚମ ପରିକ୍ରମା ପୂରଣ କରିଛି । ଇତି ମଧ୍ୟରେ ସେ ଯାନରେ ଲଗାଯାଇଥିବା ପ୍ରୋପଲଶନ ସିଷ୍ଟମକୁ ଉପଯୋଗ କରିଛି । ଏହି ପ୍ରକ୍ରିୟା ପାଇଁ ପାଖାପାଖି ୫୨ ସେକେଣ୍ଡ ଲାଗିଲା । ଏବେ ଚନ୍ଦ୍ରଯାନ-୨ ଚନ୍ଦ୍ରମାର ୧୧୯ ଗୁଣା ୧୨୭ର ପରିକ୍ରମା ପଥକୁ ଆସି ଯାଇଛି । ଏହାର ଆଗାମୀ ଚରଶରେ ଯାନରୁ ଅଲଗା ହେବ ଲ୍ୟାଣ୍ଡର ବିକ୍ରମ ।
ଏହାପରେ ଲ୍ୟାଣ୍ଡର ବିକ୍ରମ ସେମାବାର ଏବଂ ମଙ୍ଗଳବାର ଦୁଇଥର ପରିକ୍ରମା ପଥରେ ନିଜର ସ୍ଥାନ ପରିବର୍ତ୍ତନ କରିବ । ଇସ୍ରୋ ଅଧ୍ୟକ୍ଷ ସିବନଙ୍କ କହିବାନୁଯାୟୀ, ଏହାପରେ ଚନ୍ଦ୍ରମା ରେ ଅବତରଣ କରିବା ପାଇଁ ଚନ୍ଦ୍ରଯାନ -୨ ବଢିଚାଲିବ । ସେପ୍ଟମ୍ବର ୭ରେ ଚନ୍ଦ୍ରମାର ଦକ୍ଷୀଣ ଧୃବ ଉପରେ ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟାରେ ପହଁଚାଯିବ ।
ସୂଚନାଯୋଗ୍ୟ, ଭାରତରୁ ଜୁଲାଇ ୨୨ରେ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରଯାନ-୨ ଅଗଷ୍ଟ ୨୦ ରେ ଚନ୍ଦ୍ରମା କକ୍ଷରେ ପ୍ରବେଶ କରିଥିଲା ।