ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜାଗାରେ ଆହୁରି ୪୮ ଘଣ୍ଟା ବର୍ଷା ହେବାର ସୂଚନା ଦେଇଛି ଭୁବନେଶ୍ୱର ପଣିପାଗ ବିଭାଗ । ତେବେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ସାରା ଓଡିଶାରେ ପାଗ କେହେଲା ରହିବା ସହିତ ବର୍ଷା ହେବାର ସୂଚନା ରହିଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସକ୍ର୍ରିୟ ହେବା ସହ ଏହା ଦକ୍ଷିଣ ପଶ୍ଚିମ ଦିଗକୁ ଗତି କରୁଛି ।
ଫଳରେ ସୁନ୍ଦରଗଡ, କେନ୍ଦୁଝର, ବରଗଡ, ଝାରସୁଗୁଡା, ନୂଆପଡା, ସମ୍ବଳପୁର ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସବୁ ସ୍ଥାନରେ ପଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ଦେବଗଡ, ସୋନପୁର, ବଲାଙ୍ଗିର, କୋରାଫୁଟ, ନବରଙ୍ଗପୁର, ଗଜପତି, ଢୋଙ୍କାନାଳ, ମୟୁରଭଞ୍ଜର କିଛିଟା ଜାଗାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଗତକାଲି ପୁରୀରେ ସର୍ବାଧିକ ୧୪୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ଘଣ୍ଟା ପାଇଁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ ଯିବା ପାଇଁ ମନା କରାଯାଇଛି ।