ମୟୁରଭଞ୍ଜ( ଏଟିଆର ବ୍ୟୁରୋ): ବାପା ଡାକଟି ଯେବେ କାନରେ ପଡେ ସେତେବେଳେ ପ୍ରଥମେ ଆଖି ଆଗକୁ ଆସେ ତ୍ୟାଗ ଆଉ ପ୍ରତିଦାନର ଏକ ଜ୍ୱଳନ୍ତ ପ୍ରତିମୂର୍ତ୍ତି । ସତରେ ଯେମିତି ପିଲାଙ୍କ ଅଳି ଅଝଟ ସହିବା ପାଇଁ ବାପା ହୋଇଥାଏ ମଣିଷ ଟିଏ । ହେଲେ ଆଜିର ଏ ଦୁନିଆରେ ଏମିତି ବାପା ଅଛନ୍ତି ଯିଏ ପୁଅର କାନ୍ଦ ପାଇଁ ପୁଅକୁ ପଥରରେ ଛେଚି ମାରିଦିଏ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଲାବଣ୍ୟଦେଇପୁର ଗ୍ରାମରେ । ଉକ୍ତ ଗ୍ରାମର ମଧୁ ନାମକ ଜଣେ ବ୍ୟକ୍ତ ନିଜ ପୁଅ କାନ୍ଦିବାରୁ ପୁଅକୁ ଏକ ପଥରରେ ଛେଚି ହତ୍ୟା କରିଛି ।
ସୂଚନା ଅନୁସାରେ ମଧୁ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଭଲ ପଡୁ ନଥିବାରୁ ସାନ ପୁଅ ସହିତ ମଧୁ ଲାବଣ୍ୟପୁର ଗ୍ରାମରେ ରହୁଥିଲେ । ବଡ ପୁଅ ନିଜ ମା ସହିତ ମାମୁଁ ଘରେ ରହୁଥିଲା । ଗତକାଲି କୌଣସି କାରଣ ନେଇ ମଧୁ ଗାଈ ବାନ୍ଧିବାକୁ ବିଲକୁ ଯାଇଥିବା ବେଳେ ସେଠାରେ ଅନ୍ୟ ଜଣଙ୍କ ସହିତ ଝଗଡା ହୋଇଥିଲା ।
ପରେ ମଧୁ ରାଗରେ ଘରକୁ ଫେରିଥିଲା । ଘରେ ସାନ ପୁଅ କାନ୍ଦୁଥିଲା । ପୁଅ କାହିଁକି କାନ୍ଦୁଛି ବୋଲି ପଚାରି ଥିଲା । ମାତ୍ର ପୁଅ କିଛି ନ କହିବାରୁ ସେ ରାଗରେ ପାଖରେ ପଡିଥିବା ଏକ ପଥରରେ ପୁଅକୁ ଛେଚି ଥିଲା । ତଥାପି ନିଜର ରାଗ ଶାନ୍ତ ହୋଇ ନଥିଲା ଯେ ପୁଅକୁ ବିଲରେ ବାଡେଇଥିଲା । ଘଟଣା ସ୍ଥଳରେ ପୁଅର ମୃତ୍ୟୁ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମଧୁକୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।