ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମନୁଷ୍ୟ ଜୀବନରେ ବାସ୍ତୁଶାସ୍ତ୍ରର ଖୁବ୍ ମହତ୍ୱ ରହିଛି । ଏହାସହିତ ଘରର ସୁଖ ଶାନ୍ତି ପାଇଁ ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ନିୟମକୁ ଅନେକ ବ୍ୟକ୍ତି ପାଳନ କରିଥାନ୍ତି । ଆପଣମାନେ ଲାଫିଙ୍ଗ ବୁଦ୍ଧ ବିଷୟରେ ଜାଣିଥିବେ ଏବଂ ଶୁଣିଥିବେ । ଯାହାକୁ ଘରେ ରଖିବା ଦ୍ୱାରା ଅନେକ ସଙ୍କଟ ଦୂର ହେବା ସହ ଲାଭ ମଧ୍ୟ ହୋଇଥାଏ । ମାତ୍ର ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି ବିଭିନ୍ନ ପ୍ରକାରର ହୋଇଥାଏ । ଆଜି ଆମେ ଆପଣଙ୍କୁ ଲାଫିଙ୍ଗ୍ ବୁଦ୍ଧ ସହ ଜଡିତ କିଛି ଖାସ୍ ଏବଂ ମହତ୍ୱପୂର୍ଣ୍ଣ ବିଷୟରେ କହିବାକୁ ଯାଉଛୁ ।
– ଦୁଇ ହାତ ଉପରକୁ ଟେକିଥିବା ଲାଫିଙ୍ଗ ବୁଦ୍ଧକୁ ଘରେ ଏବଂ ଦୋକାନରେ ରଖିବା ଦ୍ୱାରା ଉନ୍ନତି ଏବଂ ସଫଳତା ମିଳିଥାଏ । ଏହି ପ୍ରକାରର ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି ରଖିବା ଦ୍ୱାରା ଟଙ୍କାର ଅଭାବ ହୋଇନଥାଏ । ସେହିପରି ଦୁର୍ଭାଗ୍ୟରୁ ଦୂରେଇ ରହିବା ପାଇଁ ଅଣେଇକି ବସିଥିବା ଲାଫିଙ୍ଗ ବୁଦ୍ଧ ବହୁତ ଭଲ ବୋଲି ବିଶ୍ୱାସ ରହିଛି ।
– ସେହିପରି ଜୀବନରେ ଟଙ୍କାର ଅଭାବ ଦୂର କରିବା ପାଇଁ ଧନ ପୁଟଳା ଧରି ରହିଥିବା ଲାଫିଙ୍ଗ ବୁଦ୍ଧ ରଖିବା ଶୁଭ ହୋଇଥାଏ ।ଚାଇନିଜ୍ ବାସ୍ତୁ ଶାସ୍ତ୍ର ଫେଙ୍ଗଶୁଇ ଅନୁଯାୟୀ, ପରିବାରର ସୁଖ ସମୃଦ୍ଧି ଏବଂ ସଫଳତା ପାଇଁ ଘରେ ପିଲାଙ୍କ ସହ ବସିଥିବା ଲାଫିଙ୍ଗ ବୁଦ୍ଧ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ସେହିପରି ସନ୍ତାନ ପ୍ରାପ୍ତି ପାଇଁ ମଧ୍ୟ ଏହି ଲାଫିଙ୍ଗ ବୁଦ୍ଧ ଶୁଭ ହୋଇଥାଏ ।