ବଲାଙ୍ଗୀର ( ଏଟିଆର ବ୍ୟୁରୋ): ବିଦ୍ୟୁତ ଆଘାତ ଲାଗି ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଲୋହି ସିଙ୍ଗା ଆଗଲପୁରରେ । ସୂଚନା ଅନୁସାରେ ଉକ୍ତ ଗ୍ରାମର ହେମନ୍ତ ନାଗଙ୍କ ସ୍ତ୍ରୀ ରଜନୀ ଲୁଗା ଶୁଖାଇବା ବେଳେ ଅଜାଣତରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ତେବେ ରଜନୀଙ୍କ ଚିକ୍ରାର ଶୁଣି ସେଠାରେ ହେମନ୍ତ ପହଞ୍ଚିଥିଲେ ।
ହେମନ୍ତ ନିଜ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ମାତ୍ର ହେମନ୍ତ ମଧ୍ୟ ବିଦ୍ୟୁତ ଆଘାତ ଖାଇଥିଲେ । ଘଟଣା ସ୍ଥଳରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଆଜି ସମାନ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁରିବାହାଲ କୁରିଣ୍ଡା ଗ୍ରାମରେ । ବିଦ୍ୟୁତ ଅଘାତରୁ ଭଉଣୀଙ୍କୁ ବଞ୍ଚାଇବାକୁ ଯାଇ ଭାଇର ମୃତ୍ୟୁ ହୋଇଛି ।