ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆତଙ୍କବାଦୀ ନିରୋଧକ ଆଇନ୍ ଅନୁଯାୟୀ ଭାରତ ପକ୍ଷରୁ ବୁଧବାର ଜୈଶ-ଏ-ମୋହମ୍ମଦର ମୁଖ୍ୟ ମସୁଦ ଅଜହର,ଲଶ୍କର-ଏ-ତୋଏବା ର ସଂସ୍ଥାପକ ହାଫିଜ୍ ମୋହମ୍ମଦ ସଇଦ ଏବଂ ଅନ୍ୟ ଦୁଇ ଜଣ ଆତଙ୍କବାଦୀ ଘୋଷଣା କରାଯାଇଛି । ଭାରତର ଏହି ପଦକ୍ଷେପକୁ ଆମେରିକା ଖୁବ୍ ପ୍ରଶଂସା କରିଛି । ଦକ୍ଷୀଣ ଏବଂ ମଧ୍ୟ ଏସିଆର କାର୍ଯ୍ୟବାହକ ସହାୟକ ସଚିବ ଏଲିସ ବେଲ୍ସ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।
ବେଲ୍ସ ଲେଖିଛନ୍ତି କି , ଆମେ ଭାରତ ସହିତ ଅଛୁ ଏବଂ ଚାରି କୁଖ୍ୟାତ ଆତଙ୍କବାଦୀ ମୌଲାନା ମସୁଦ ଅଜହର, ହାଫିଜ ସଇଦ, ଜକି ଉର ରେହମାନ ଲଖ୍ୱୀ ଏବଂ ଦାଉଦ ଇବ୍ରାହିମଙ୍କୁ ଆତଙ୍କବାଦୀ ଘୋଷିତ କରିବା ପାଇଁ ନୂତନ ଆଇନ ଅଧିକାରକୁ ଉପଯୋଗ କରିବା ଯୋଗୁଁ ଆମେ ପ୍ରଶଂସା କରୁଛୁ । ଏହି ନୂତନ ଆଇନ ଆତଙ୍କବାଦୀଙ୍କ ସଙ୍କଟରୁ ରକ୍ଷା ପାଇବା ପାଇଁ ଭାରତ ଆମେରିକାର ସଂଯୁକ୍ତ ପ୍ରୟାସ ପାଇଁ ସମ୍ଭାବନା ବିସ୍ତାର କରୁଛି ।
ସରକାର ପକ୍ଷରୁ ଜକି-ଉର-ରହମାନ ଲଖ୍ୱୀ ଏବଂ ଅଣ୍ଡରୱାଲ୍ଡ ଡନ୍ ଦାଉଦ ଇବ୍ରାହମଙ୍କୁ ବି ବ୍ୟକ୍ତିଗତ ଆତଙ୍କବାଦୀ ଘୋଷିତ କରାଯାଇଛି । ଏହାକୁ ନେଇ ବୁଧବାର ଅଧିସୂଚନା ଜାରି କରାଯାଇଛି । ସେପଟେ ସଂସଦରେ ଗୋଟେ ମାସ ପୂର୍ବରୁ ଏହି ବିଧେୟକ ପାସ୍ ହୋଇଥିଲା । ଗୃହମନ୍ତ୍ରାଳୟର ଅଧିସୂଚନାରେ କୁହାଯାଇଛି କି, ‘ମୌଲାନା ମସୁଦ ଅଜହର ଆତଙ୍କବାଦୀରେ ସାମିଲ ଅଛି ଏବଂ ତାକୁ ଉପରୋକ୍ତ ଆଇନ ଅନୁଯାୟୀ କେନ୍ଦ୍ରସରକାର ପକ୍ଷରୁ ଆତଙ୍କବାଦୀ ଘୋଷିତ କରାଯାଉଛି ।