ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବାର ଗୋଟେ ମାସ ହୋଇଗଲାଣି । ଅଗଷ୍ଟ ମାସ ୫ ତାରିଖରେ ଗୃହମନ୍ତ୍ରୀ ଅମିତ୍ ଶାହା ଧାରା ୩୭୦ ହଟିବାର ନିଷ୍ପତି ନେଇଥିଲେ । ନିଷ୍ପତି ନେବାର ପାଖାପାଖି ଗୋଟେ ମାସ ପରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସୋସିଆଲ ମିଡିଆରେ ଧାରା ୩୭୦ ଉପରେ ଏକ ସର୍ଟ ଫିଲ୍ମ ରିଲିଜ୍ କରାଯାଇଛି ।
ଏହି ସର୍ଟ ଫିଲ୍ମକୁ ବିଜେପି ଅଫିସିଆଲ ଟ୍ୱିଟରେ ପୋଷ୍ଟ କରାଯାଇଛି । ଏହାସହିତ କ୍ୟାପସନରେ ଲେଖାହୋଇଛି କି , ଗୋଟେ ଐତିହାସିକ ଭୁଲ ଯୋଗୁଁ ଦୀର୍ଘ ୭୦ ବର୍ଷ କାଳ ଜାମ୍ମୁ-କାଶ୍ମୀର ଅନ୍ଧାରରେ ରହୁଥିଲା । ଲକ୍ଷାଧିକ ନାଗରିକ ନିଜ ଅଧିକାରରୁ ବଞ୍ଚିତ ହେଉଥିଲେ । ମୋଦି ସରକାରଙ୍କ ଦୃଢ ନିଷ୍ପତି ଦ୍ୱାରା ଭାରତରେ ଏବେ ଦୁଇ ବିଧାନ, ଦୁଇ ପ୍ରଧାନ ଏବଂ ଦୁଇ ଟାର୍ଗେଟର ପ୍ରାବଧାନ ଏବେ ଶେଷ ହୋଇଯାଇଛି ।
एक ऐतिहासिक भूल की वजह से 70 साल तक जम्मू-कश्मीर की धरा रक्तिम होती रही।
लाखों नागरिक अपने अधिकारों से वंचित रहे, बच्चों को पत्थर थमाए जाते रहे।
मोदी सरकार के दृ़ढ़ निश्चय से अब भारत में दो विधान, दो प्रधान और दो निशान का प्रावधान हमेशा के लिए खत्म हो चुका है।
एक लघु फिल्म। pic.twitter.com/2KTqZpUF7L
— BJP (@BJP4India) September 4, 2019
ଏହି ଭିଡିଓ ଦେଖିଲା ପରେ ସୋସିଆଲ ମିଡିଆରେ ୟୁଜର୍ସ ସେମାନଙ୍କର ମତ ରଖୁଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି ଧାରା ୩୭୦ ହଟାଇ ମୋଦି ସରକାର ବହୁତ ଭଲ କାମ କରିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଧାରା ୩୭୦ ହଟିବାରେ ଭାରତ ମାତାର ମୁହଁରେ ଖୁସି ଏବଂ ତାଙ୍କ କୋଳରେ କୋଟି କୋଟି ଭାରତବାସୀଙ୍କ ହସ ଖେଳି ଉଠିବ ।\n