କେନ୍ଦ୍ର।ପଡା( ଏଟିଆର ବ୍ୟୁରୋ): ପୁଣି ପୋଲିସକୁ ଟାର୍ଗେଟ । ପାଟ୍ରୋଲିଙ୍ଗ ବେଳେ ସଂଘବଦ୍ଧ ଆକ୍ରମଣ । ୫ ପୋଲିସ କର୍ମଚାରୀ ଆହତ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ର।ପଡା ଜିଲ୍ଲା ପଟ୍ଟାମୁଣ୍ଡାଇରେ । ଗଣେଷ ପୂଜା ଭଷାଣୀ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିବା ଗଣ୍ଡଗୋଳରୁ ପୋଲିସ ଉପରକୁ ଆକ୍ରମଣ ହୋଇଛି । ସୂଚନା ଅନୁସାରେ ଗତକାଲି ରାତିରେ କୌଣସି ଏକ କାରଣରୁ ଆଳି ବଜାର ନିକଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ।
ତେବେ ଖବର ପାଇ ଆଳି ପୋଲିସ ପହଚିଂବା ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଡିଜେ ସାଉଣ୍ଡ ବାଜିବାକୁ ନେଇ ଗଣ୍ଡଗୋଳ ହୋଇଥିବା ସୂଚିନା ମିଳିଛି । ପୋଲିସ ପକ୍ଷରୁ କଡାକଡି ଭାବେ ବାରଣ କରାଯାଇଥିଲା ଡିଜେ ସାଉଣ୍ଡ ନ ବଜାଇବା ପାଇଁ ।
ହେଲେ ଗୋଟିଏ ଗୋଷ୍ଠୀ କଥା ନମାନିବାରୁ ଗୋଟିଏ ଗୋଷ୍ଠୀର ସାଉଣ୍ଡ ମେସିନକୁ ଜବତ କରିଥିଲା ପୋଲିସ। ଗତକାଲି ସଆଇ ଭଗବାନ ମାଝି ଓ ତିନି ଜଣ କନଷ୍ଟେବଳ ନିଆଳ ଗୌଡପାଟଣା ରାସ୍ଥାରେ ପାଟ୍ରୋଲିଂ କରୁଥିବା ସମୟରେ ଅଚାନକ ୨୫ ଜଣରୁ ଉର୍ଦ୍ଧ୍ବ ଲୋକ ଠେଙ୍ଗା କୋଦାଳ ଧରି ପୋଲିସ ଗାଡିକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଏସଆଇଙ୍କ ସମେତ ୩ ଜଣ କନେଷ୍ଟ ବଳ ଆହତ ହୋଇଛନ୍ତି ।