ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ଲାର୍ଟଫର୍ମରେ ଥୁଆ ହୋଇଥିବା ଟ୍ରେନ୍ ଅଚାନକ୍ ହୁ ହୁ ହୋଇ ଜଳି ଉଠିଲା । ଏଭଳି ଦୃଶ୍ୟ ନୂଆଦିଲ୍ଲୀ ରେଲୱେ ଷ୍ଟେସନରେ ଦେଖିବାକୁ ମିଳିଛି । ଆଜି ଅପରାହ୍ନ ୨ଟା ବେଳେ ଏହି ଅଗ୍ନାକାଣ୍ଡ ଘଟିଛି ।
ସୂଚନାଯୋଗ୍ୟ, ନୂଆଦିଲ୍ଲୀ ରେଲୱେ ଷ୍ଟେସନର ୮ ନମ୍ବର ପ୍ଲାଟଫର୍ମରେ ଥୁଆ ହୋଇଥିବା ଟ୍ରେନର ଇଞ୍ଜିନ୍ ରେ ଅଚାନକ୍ ନିଆଁ ଲାଗିଯାଇଥିଲା । ଏହାପରେ ନିଆଁ ଦୁଇଟି ବଗିକୁ ବ୍ୟାପି ଯାଇଥିଲା । ଟ୍ରେନ୍ରେ ନିଆଁ ଲାଗିଯାଇଥିବାର ଖବର ଦମକଳ ବାହିନୀକୁ ଦିଆଯିବା ପରେ ଦମକଳ ବାହିନୀର ୮ଟି ଗାଡି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଏହାପରେ ରେଲୱେ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ଏନେଇ ଷ୍ଟେସନରେ ଉପସ୍ଥିତ ଥିବା ରେଲୱେ ଅଧିକାରୀ ଙ୍କ ମୁତାବକ, ଚଣ୍ଡିଗଢ-କୋଚୁବେଲା ଏକ୍ସପ୍ରେସରେ ନିଆଁ ଲାଗିଥିଲା । ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଛି । ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ ।