ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ନୂଆ ମୋଟର ଯାନ ଆଇନ ଆସିବା ପରେ ଚାରିଆଡେ ସେଇ ଗୋଟିଏ ପ୍ରସଙ୍ଗ । ତେବେ ଆମେ ଯେଭଳି ଟ୍ରାଫିକ ନିୟମ ଭଙ୍ଗ କଲେ ଆମକୁ ଫାଇନ ଦେବାକୁ ପଡେ ସେହିଭଳି ଟ୍ରାଫିକ ଅଧିକାରୀ ମଧ୍ୟ ଚାଲାଣ କାଟିବା ବେଳେ କିଛି ନିୟମ ମାନିଥାନ୍ତି । ଆସନ୍ତୁ ଜାଣିବା ଏମିତି କିଛି ନିୟମ ଯାହା ଆପଣଙ୍କୁ ଏ କ୍ଷେତ୍ରରେ ଅଧିକ ସହାୟକ ହେବ ।
୧- କାଗଜ ପତ୍ର ହେଉ ବା ଅନ୍ୟ କୌଣସି କାରଣ ପାଇଁ ଯଦି ଆପଣ ଟ୍ରାଫିକରେ ଧରା ପଡିଛନ୍ତି, କିନ୍ତୁ ଆପଣଙ୍କ କାଗଜପତ୍ର ଆଣି ନାହାନ୍ତି ଏହି ସମୟରେ ଟ୍ରାଫିକ ପୋଲିସ ଆପଣଙ୍କ ଚାଲାଣ ନେଇ ପାରିବେ ନାହିଁ । ହେଲେ ପୋଲିସ ପ୍ରଥମେ ଆପଣଙ୍କ ଗାଡିକୁ ଜବତ କରି ଥାନାକୁ ନେଇ ପାରିବେ । କାଗଜ ପତ୍ର ଦେଖାଇବା ପାଇଁ ଆପଣଙ୍କୁ ୧୫ ଦିନ ସମୟ ଦିଆଯିବ । ଯଦି ଆପଣ ଏହି ସମୟ ମଧ୍ୟରେ ସମସ୍ତ ଦସ୍ତାବିଜ ଦେଖାଇ ପାରନ୍ତି ତେବେ ଆପଣଙ୍କୁ ଆଉ ଚାଲାଣ ଭରିବାକୁ ପଡିବ ନାହିଁ
୨- ଯଦି ଚାଳକ ୧୫ ଦିନ ମଧ୍ୟରେ ସମସ୍ତ କାଗଜ ପତ୍ର ଜମା କରିବାକୁ କୁହନ୍ତି ତେବେ ଟ୍ରାଫିକ ପୋଲିସ ଜବରଦସ୍ତ ଚାଲାଣ ଆଦାୟ କରି ପାରିବ ନାହିଁ ।
୩- ଯଦି ଆପଣଙ୍କ ନାମରେ ଚାଲଣ କଟି ସାରିଛି । ମାତ୍ର ଆପଣଙ୍କର ସମସ୍ତ ଦସ୍ତାବିଜ ଠିକ ଅଛି । ଆପଣଙ୍କୁ ଚାଲାଣ ଅଧିକାରୀ ୧୫ ଦିନ ସମୟ ଦେଇ ନାହାନ୍ତି । ତେବେ ଆପଣ ଏହି ଚାଲାଣକୁ ନେଇ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରି ପାରିବେ ।
୪- ମାତ୍ର ଯଦି ଆପଣ ମଦ ପିଇଥାନ୍ତି । ଜୋରରେ ଗାଡି ଚଳାଇ ଧରା ପଡନ୍ତି ତେବେ ତକ୍ରାଳ ଆପଣଙ୍କ ନାମରେ ଚାଲାଣ କାଟି ପାରିବ ପୋଲିସ ।