ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁ ବର୍ଷ ଧରି ସରକାରଙ୍କ ଜାଗାକୁ ମାଡି ବସି ୧ନମ୍ବର ହାଟ ଭିତରେ ଜବର ଦଖଲ କରି ଭଳ ଦୁଇ ପଇସା କମାଇ ଆସୁଥିଲେ କିଛି ଅସାଧୁ ବ୍ୟକ୍ତି ମାନେ । ତେବେ ଆଜି ବିଏମସି ଓ ବିଡିଏର ଏକ ମିଳିତ ଟିମ କ୍ୟାପିଟାଲ ଥାନା ଉପସ୍ଥିତିରେ ହାଟରେ ଥିବା ଜବର ଦଖଲକୁ ହଟାଇବାରେ ଲାଗିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବିଏମସି ଏକ ନମ୍ବର ହାଟରୁ ଉଚ୍ଛେଦ କରୁଛି । ହାଟ ଭିତରେ ଥିବା ଗଣେଶ ମନ୍ଦିର ଚାରି ପଟେରେ ଥିବା ଦୋକାନ ଗୁଡିକର ତାଳା ଭାଙ୍ଗି ନିଜ ଅକ୍ତିଆରକୁ ନେଇଛି ବିଏମସି ।
ବର୍ଷ ବର୍ଷ ଧରି କିଛି ନିର୍ଦ୍ଦିଷ୍ଠ ଗୋଷ୍ଠୀ ମନ୍ଦିର ଚାରି ପଟରେ ଜବର ଦଖଲ କରି ବେଆଇନ ଭାବେ ଭଡା ଟଙ୍କା ଆଦାୟ କରୁଥିଲେ ।ରାଜ୍ୟ ସରକାରଙ୍କୁ ଅର୍ଥ ନଦେଇ ଲୁଟ୍ କରୁଥିଲେ ଜବରଦଖଲକାରୀ ି ଏହାକୁ ନେଇ ସାଧାରଣରେ ବହୁ ଥର ଅସନ୍ତୋଷ ଦେଖାଯାଇଥିଲା । ଉଚ୍ଛେଦ ସମୟରେ ମନ୍ଦିର ନିକଟରେ ମଦ ବୋତଲ ଗଡୁ ଥିବାର ଦେଖିବାକୁ ମିଳିଛି । ତେବେ କାହିଁକି ଏତେ ବର୍ଷ ପର୍ଯ୍ୟନ୍ତ ଏଠାରୁ ଜବରଦଖଲ କାରୀଙ୍କୁ ଉଚ୍ଛେଦ କରାଯାଉ ନଥିଲା ତାହା ବର୍ତ୍ତମାନ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଳଟିଛି । ବିଏମସି ଦ୍ୱାରା ମନ୍ଦିରର ପୂଜା ରିତୀ ନୀତି ଠିକ ଭାବରେ ଚାଳିଥିବାର ସୂଚନା ମିଳିଛି ।