ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୱେଷ୍ଟର୍ଣ୍ଣ ଏୟାର କମାଣ୍ଡଙ୍କ ଶକ୍ତିକୁ ଆହୁରୀ ବଢାଇବା ପାଇଁ ଚିନୁକ ଏବଂ ଆପାଚି ହେଲିକପ୍ଟର ପରେ ଏବେ ଖୁବ୍ ଶୀଘ୍ର ଦେଶକୁ ମିଳିବ ପ୍ରଥମ ରାଫେଲ । ଏହା କେବଳ ଏୟାରଫୋର୍ସଙ୍କ ନୂହେଁ ବରଂ ମହତ୍ୱପୂର୍ଣ୍ଣ ଏୟାର କମାଣ୍ଡଙ୍କ ଶକ୍ତିକୁ ବଢାଇବ ।
ଏହି ରାଫେଲ ପ୍ରସ୍ତୁତିରେ ଇଣ୍ଡିଆନ ଏୟାରଫୋର୍ସ ଲାଗିପଡିଛି । ରାଫେଲ ର ଏକ ସ୍କାଡ୍ରନ ଆମ୍ବାଲ ଏୟାରଫୋର୍ସ ଷ୍ଟେସନକୁ ବି ଦିଆଯିବ । ଏହି ଏୟାରଫୋର୍ସ ଷ୍ଟେସନ ଉତ୍ତର ଭାରତର ସବୁଠାରୁ ବଡ ଏବଂ ମହତ୍ୱପୂର୍ଣ୍ଣ ଷ୍ଟେସନ ।
ଉପସ୍ଥିତ ଥିବା ସୁରକ୍ଷା ସ୍ଥିତି ଏବଂ ପଡୋଶୀ ଦେଶର ସମ୍ବନ୍ଧକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଏୟାରଫୋର୍ସର ଧ୍ୟାନ ସମ୍ପୂର୍ଣ୍ଣ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡକୁ ମଜବୁତ୍ କରିବାରେ ରହିଛି । ଏହି କମାଣ୍ଡ ଉପରେ ଉତ୍ତର ଭାରତରେ ଦେଶର ଉଡାଣ ସୀମାର ସୁରକ୍ଷିତ ଦାୟିତ୍ୱ ରହିଛି ।
ସେପଟେ ଏହି ଏୟାରଫୋର୍ସ କେବଳ ପାକିସ୍ତାନ ଏବଂ ଚୀନ ଉପରେ ନଜର ରଖେ ତାହା ନୁହେଁ ବରଂ ପୂର୍ବରୁ ଦୁଇ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧ ସମୟରେ ଏୟାର କମାଣ୍ଡଙ୍କ ବିଭିନ୍ନ ଉଡାଣରେ ମହତ୍ୱପୂର୍ଣ୍ଣ ଅପରେଶନକୁ ସଫଳ କରାଯାଇଥିଲା ।