ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ଆନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ର ମହତ୍ୱପୂର୍ଣ୍ଣ ମୁନ୍ ମିଶନ ଚନ୍ଦ୍ରଯାନ ୨ କୁ ନେଇ ବଡ ଖୁଲାସା ହୋଇଛି । ବିକ୍ରମ ଲାଣ୍ଡର ସହିତ ଇସ୍ରୋର ସମ୍ପର୍କ ଚନ୍ଦ୍ରପୃଷ୍ଠର ୨.୧ କି.ମି ଉପରୁ ଛିନ୍ନ ହୋଇନି ବରଂ ୩୩୫ ମିଟର ଦୂରରୁ ହୋଇଥିଲା । ଏନେଇ ଇସ୍ରୋର ମିଶନ ଅପରେଶନ କମ୍ପେ୍ଲକ୍ସ ଦ୍ୱାରା ଜାରି ହୋଇଥିବା ଫଟୋରୁ ଜଣାପଡିଛି ।
ଚନ୍ଦ୍ରଯାନ ୨ ର ଲାଣ୍ଡର ବିକ୍ରମ ଇସ୍ରୋର ଏକ ଗ୍ରାଫରେ ଦୃଶ୍ୟମାନ ହେଉଥିବା ତିନି ରେଖା ମଧ୍ୟରେ ଥିବା ଲାଲ ରେଖା ରେ ଚାଲୁଥିଲା । ଏହି ଲାଲ ରେଖା ଇସ୍ରୋ ଦ୍ୱାରା ନିର୍ଦ୍ଧାରିତ ବିକ୍ରମର ପୂର୍ବ ନିର୍ଦ୍ଧାରିତ ପଥ ଥିଲା । ବିକ୍ରମ ଲାଣ୍ଡର ଆଗକୁ ବଢିବା ସହିତ ଲାଲ ରଙ୍ଗର ରେଖା ଉପରେ ସବୁଜ ରଙ୍ଗର ରେଖା ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା ।
ଚନ୍ଦ୍ରପୃଷ୍ଠର ୪.୨ କି.ମି ଉପରୁ ବିକ୍ରମ ଲାଣ୍ଡର ନିଜର ପୂର୍ବ ନିର୍ଦ୍ଧାରିତ ପଥରୁ ଟିକେ ଏପଟ ସେପଟ ହୋଇଯାଇଥିଲା କିନ୍ତୁ ଖୁବ୍ ଶୀଘ୍ର ପୁଣି ତାକୁ ଠିକ୍ ପଥକୁ ଅଣାଯାଇଥିଲା । ଏହାପରେ ଯେବେ ବିକ୍ରମ ଚନ୍ଦ୍ରପୃଷ୍ଠର ୨.୧ କି.ମି ଉପରକୁ ପହଁଚିଥିଲା ସେତେବେଳେ ସେ ତାର ନିର୍ଦ୍ଧାରି ପଥରୁ ଓହରି ଅନ୍ୟ ପଥକୁ ଚାଲିଯାଇଥିଲା ।
ବିକ୍ରମ ଯେତେବେଳେ ତାର ନିର୍ଦ୍ଧାରି ପଥରୁ ଓହରିଥିଲା ସେତେବେଳେ ତାର ଗତି ୫୯ ମିଟର ପ୍ରତି ସେକେଣ୍ଡରେ ରହିଥିଲା । ପଥ ଭଟକିବା ପରେ ବି ଚନ୍ଦ୍ରପୃଷ୍ଠର ୪୦୦ ମିଟର ଉପରୁ ବିକ୍ରମ ଲାଣ୍ଡରର ଗତି ପାଖାପାଖି ସେହି ସ୍ତରରେ ପହଁଚି ଯାଇଥିଲା ଯେଉଁ ସ୍ତରରେ ତାକୁ ସସ୍ଫ ଲାଣ୍ଡିଂ କରିବାର ଥିଲା ।