କୋଲକତା ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ନୂଆ ମୋଟର ଭେଇକିଲ ଆକ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । କେତେକ ରାଜ୍ୟରେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମଳିଛି । କେଉଁଠି ହଜାର ହଜାର ଜୋରିମାନା ଦେବାକୁ ସାଧାରଣ ଲୋକ ଅକ୍ଷମ ତ ପୁଣି କେଉଁଠି ପ୍ରତିବାଦ ଆଉ ଜନ ଅସନ୍ତୋଷ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ଏହି ନୂଆ ଆଇନ ପାଳନ କରିବା ସମସ୍ତ ରାଜ୍ୟ ପାଇଁ ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ପଶଚିମବଙ୍ଗ କିନ୍ତୁ ଏହି ନୂଆ ଆଇନ ରାଜ୍ୟରେ ଲାଗୁ କରିିବ ନାହିଁ ବୋଲି ରୋକ ଠୋକ ମନା କରିଦେଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏହାକୁ ରେଡ ସିଗନାଲ ଦେଇଛନ୍ତି । ସେ କହିଛନ୍ତି ଏହି ନୂଆ ମୋଟା ଭେଇକିଲ ଆକ୍ଟ ଲୋକଙ୍କ ଉପରେ ବଡ ବୋଝ ସଦୃଶ । ସେ ଆହୁରି ମଧ୍ୟ କହିଛନ୍ତି ଆମ ରାଜ୍ୟର ଅଧିକାରୀଙ୍କ ସୂଚନା ଅନୁସାରେ ଏହା ସାଧାରଣ ଲୋକଙ୍କ ଉପରେ ବୋଝ ହେବ ତେଣୁ ଏହାକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ।
ଅନ୍ୟପଟେ ରାଜନୀତି ସମୀକ୍ଷକ ମାନେ ମତ ରଖୁଛନ୍ତି ଦିଦି ଘୋର ମୋଦି ବିରୋଧୀ ହୋଇଥିବାରୁ ସେ ରାଜ୍ୟରେ ଏହି ନିୟମ ଲାଗୁ କରୁ ନାହାନ୍ତି । ଆଗକୁ ବିଧାନସଭା ନିର୍ବାଚନ ରହିଥିବାରୁ ଏହାର ସିଧା ପ୍ରଭାବ ଦିଦିଙ୍କ ଉପରେ ପଡିପାରେ । ଯାହାକୁ ଦୃଷ୍ଟିରେ ରଖି ଦିଦି ଏଭଳି ଏକ ନିଷ୍ପତ୍ତି ନେଇଥିବା କୁହାଯାଉଛି । କେବଳ ପଶ୍ଚିମବଙ୍ଗ ନୂହେଁ ମଧ୍ୟପଦେଶ, ରାଜସ୍ଥାନ ଓ କେରଳରେ ଏହି ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁ ହୋଇନାହିଁ ।