ଜଗତସିଂହପୁର (ଏଟିଆର ବ୍ୟୁରୋ): ରାଜ୍ୟ ସରକାର ଗର୍ଭବତୀଙ୍କ ପାଇଁ ଯନନୀ ସୁରକ୍ଷା ଏକ୍ସପ୍ରେସର ଯୋଜନା କରିଛନ୍ତି । ହେଲେ ରାସ୍ତା ନଥିବାରୁ ୧୦୨ ଆମ୍ବୁଲାନ୍ସ ବହୁ ଜାଗାରୁ ଫେରି ଆସିଥିବାର ଦେଖିବାକୁ ମିଳିଛି । ତେବେ ଆଜି ଜଣେ ଗର୍ଭବତୀ ମହିଳାଙ୍କୁ ପଖା ପଖି ୧କି.ମି ପରିବାର ଲୋକ ମିଶି ଷ୍ଟ୍ରେଚରରେ ବୋହି ଆମ୍ବୁଲାସ ନିକଟକୁ ଆଣି ଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନେଉଲିଆ ଗ୍ରାମରେ । ସୂଚନା ଅନୁସାରେ ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବା ପାଇଁ ୧୦୨ ଆମ୍ବୁଲାନ୍ସକୁ ଫୋନ କରାଯାଇ ଥିଲା । ଆମ୍ବୁଲାନ୍ସଟି ନେଉଳିଆ ଗ୍ରାମକୁ ରାସ୍ତା ନଥିବାରୁ ମୁଖ୍ୟ ରାସ୍ତାରେ ଠିଆ ହୋଇ ରହିଥିଲା । ତେବେ ପରିବାର ଲୋକ ଆଉ କିଛି ଉପାୟ ନପାଇ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଆମ୍ବୁସଲାନ୍ସ ନିକଟକୁ ନେଇ ଯାଇଥିଲେ ।
ଏହା ପରେ ଆମ୍ବୁଲାନ୍ସ ଗର୍ଭବତୀଙ୍କୁ ମେଡିକାଲ ନେଲା ବାଟରେ ତାଙ୍କର ପ୍ରସବ ହୋଇଥିଲା । ମହିଳା ଜଣଙ୍କ ଗୋଟିଏ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । ଏହା ପରେ ତାଙ୍କୁ ରଘୁନାଥପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଉଭୟ ମା ଓ ଶିଶୁ ସୁସ୍ଥ ଥିବାର ଡାକ୍ତର କହିଛନ୍ତି । ଆଜିର ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ନେଉଲିଆ ଗ୍ରାମର ବାସିନ୍ଦା ମାନେ ବାରମ୍ବାର ଭଲ ରାସ୍ତା ତିଆରି କରିବାକୁ ପ୍ରସାଶନଙ୍କ ନିକଟରେ ଗୁହାରି କଲେ ମଧ୍ୟ ରାସ୍ତ ଖଣ୍ଡ ତିଆରି ହୋଇପାରୁନି ।