ଝାରସୁଗୁଡା ( ଏଟିଆର ବ୍ୟୁରୋ): ଝାରସୁଗୁଡାରେ ଗୋଟେ ଟ୍ରକ ଆଉ ଗୋଟେ ଟ୍ରକୁ ଧକ୍କା ଦେବାରୁ ଟ୍ରକ ଡ୍ରାଇଭରଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଝାରସୁଗୁଡା କୁଚିଣ୍ଡା ୪୯ ନଂ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଏକ ଆଇରନ ଟ୍ରକକୁ ଧକ୍କା ଦେଇଛି । ମୃତ ଡ୍ରାଇଭରଙ୍କ ନାମ ଗୋପାଳ ନାଏକ ବୋଲି ଜଣା ପଡିଛି । ଆଜି ସକାଳୁ ପୂର୍ଣ୍ଣା ନିକଟରେ ଘଟିଛି ଏହି ଦୁର୍ଘଟଣା ।
ମୃତ ଡ୍ରାଇଭର ଜଣଙ୍କ ସିଲିଣ୍ଡର ବୋଝେଇ ଟ୍ରକର ଚାଳକ ବୋଲି ସୂଚନା ମଳିଛି । ସିଲିଣ୍ଡର ଟ୍ରକକଟି ଆଇରନ ଟ୍ରକର ପଛପଟୁ ଧକ୍କା ଦେଇଥିବାରୁ ସିଲିଣ୍ଡର ଟ୍ରକର କ୍ୟାବିନ ବ୍ୟାପକ କ୍ଷତି ହୋଇଛି । ଦୁର୍ଘଟଣା ବିଷୟରେ ଖବର ପାଇ ଝାରସୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଡ୍ରାଇଭରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣା ସ୍ଥଳରୁ ଆଇରନ ବୋଝେଇ ଟ୍ରକର ଡ୍ରାଇଭର ଫେରାର ହୋଇ ଯାଇଥିବା ଜଣା ପଡିଛି ।