ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବେଳେ ବେଳେ ଛାତି ଯନ୍ତ୍ରଣାକୁ ଲୋକେ ଏସିଡିଟି ବୋଲି ଅନୁମାନ କରିଥାନ୍ତି । ମାତ୍ର ସଠିକ୍ ଚିକିତ୍ସା ନକରି ଏଭଳି ଭୁଲ୍ ପାଇଁ କିଛି ଲୋକଙ୍କ ଜୀବନ ମଧ୍ୟ ଚାଲି ଯାଇଥାଏ । ସେଥିପାଇଁ କୌଣସି ଇମରଜେନ୍ସିରେ ଏଭଳି ସ୍ଥିତିକୁ ସାମ୍ନା କରିବା ପାଇଁ ଜରୁରୀ ହେଉଛି ଆପଣଙ୍କୁ ସାଇଲେଣ୍ଟ ହାର୍ଟ ଆଟାକର ଲକ୍ଷଣ ବିଷୟରେ ଜାଣିବା । ତେବେ ଆସନ୍ତୁ ଜାଣିବା ଏହାର ଲକ୍ଷଣ ।
ଯଦି ଆପଣଙ୍କ ଛାତି ଭାରି ଭାରି ଲାଗୁଛି କିମ୍ବା ଛାତିକୁ କେହି ଦାବିଲା ଭଳି ଅନୁଭବ ହେଉଛି ତେବେ ଏଭଳି ଭାରିପଣକୁ ଅଣଦେଖା କରନ୍ତୁ ନାହିଁ । ତୁରନ୍ତ କୌଣସି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
ଯଦି କୌଣସି ବ୍ୟକ୍ତିଙ୍କ ବାହୁ ଖାସ୍ କରି ବାମ ବାହୁ ଯନ୍ତ୍ରଣା ହେଉଛି ଏବଂ ଯନ୍ତ୍ରଣା ବଢି ବଢି ଛାତି ପର୍ଯ୍ୟନ୍ତ ଯାଉଛି ତେବେ ଏହାକୁ ବିଲକୁଲ ଅଣଦେଖା କରନ୍ତୁ ନାହିଁ ।
ଯଦି କୌଣସି ବ୍ୟକ୍ତିଙ୍କୁ ଅଚାନକ୍ ଚକ୍କର ଆସୁଛି , ଦୁର୍ବଳ ଅନୁଭବ କରୁଛନ୍ତି , ଠିକ୍ ସେ ଛିଡା ହୋଇ ପାରୁ ନାହାନ୍ତି ତେବେ ଏହା ସମ୍ପୂର୍ଣ୍ଣ ହୃଦଘାତର ସଂକେତ । ସେଥିପାଇଁ ତୁରନ୍ତ ଏନେଇ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ ।
ବେଳେ ବେଳେ ଛାତି ଯନ୍ତ୍ରଣା ଦାନ୍ତ ମୂଳକୁ ଖେଳିଯାଇଥାଏ । ସାଧାରଣତଃ ଥଣ୍ଡା ହେବା ଦ୍ୱାରା ଦାନ୍ତ ମୂଳ ଯନ୍ତ୍ରଣା ହୋଇଥାଏ । କିନ୍ତୁ କୌଣସି କାରଣ ନଥାଇ ଦାନ୍ତ ମୂଳ ଯନ୍ତ୍ରଣା ବା ଦରଜକୁ ଅଣଦେଖା କରନ୍ତୁ ନାହିଁ ।
ଯଦି କୌଣସି ବ୍ୟକ୍ତିଙ୍କ ପାଦ ଅଚାନକ୍ ଫୁଲୁଛି ତେବେ ଏହାର ଅର୍ଥ ହାର୍ଟ ସଠିକ୍ ଭାବେ ରକ୍ତକୁ ପମ୍ପିଂ କରିପାରୁ ନାହିଁ । ହାର୍ଟ ଖରାପ ହେବା ପୂର୍ବରୁ କିଡନୀ ବି କାମ କରିନଥାଏ ସେଥିପାଇଁ ପାଦ ଫୁଲିଥାଏ ।