ସମ୍ବଲପୁର ( ଏଟିଆର ବ୍ୟୁରୋ): ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ନୂଆ ମୋଟର ଭେଇକିଲ ଆକ୍ଟ ଲାଗୁକୁ ନେଇ ଏବେ ସାରା ଦେଶ ଉଠୁଛି ପଡୁଛି । ଯୁଆଡେ ଶୁଣିବ ସେଇ ଗୋଟିଏ ପ୍ରସଙ୍ଗ । ତେବେ ନୂଆ ମୋଟର ଭେଇକିଲ ଆଇନ ଅନୁସାରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ମୋଟା ଅଙ୍କର ଜରିମାନା । ଏଇ ନିକଟରେ ରାଜଧାନୀ ଭୁବନେଶ୍ୱରରେଏକ ଅଟୋଚାଳକ ଉପରେ ହୋଇଥିବା ଜରିମାନା ଜରିମାନା ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିଲା ।
ତେବେ ଏସବୁର ରେକର୍ଡ ଭାଙ୍ଗିଛି ଏବେ ସମ୍ବଲପୁର ଆରଟିଓ । ସମ୍ବଲପୁରରେ ଗୋଟେ ଟ୍ରକ ଡ୍ରାଇଭରଙ୍କ ଉପରେ ଲାଗିଛି ୬ ଲକ୍ଷ ୫୩ ହଜାର ୧୦୦ ଟଙ୍କାର ଜରିମାନା । ଯାହା ପୁରା ଦେଶରେ ସର୍ବାଧିକ । ସୂଚନା ଅନୁସାରେ ନାଗାଲାଣ୍ଡର ଏହି ଟ୍ରକ ଉପରେ ସମ୍ବଲପୁର ଆରଟିଓ କାଟିଛି ଚାଲାଣ ।
ଜାଣନ୍ତୁ କେତେ ଟଙ୍କା କେଉଁଥି ପାଇଁ କଟିଛି- ମାଲ ଗାଡିରେ ଯାତ୍ରୀ ଉଠାଇବା ଅଭିଯୋଗରେ ୫ ହଜାର ଟଙ୍କା, ପରମିଟ୍ ନଥିବାରୁ ୫ ହଜାର ଟଙ୍କା, ପଲ୍ୟୁସନ୍ ସାର୍ଟିଫିକେଟ ଲାଗି ୧ ହଜାର ଟଙ୍କା ଏବଂ ଟ୍ରାଫିକ ଆଇନ ଉଲ୍ଲଂଘନ ଅଭିଯୋଗରେ ୫ଶହ ଟଙ୍କା ଫାଇନ ହୋଇଥିବା ବେଳେ ଓମଭିଟି -୩ ଟିକସ ବାବଦକୁ ୬ଲକ୍ଷ ୪୦ ହଜାର ୫୦୦ ଟଙ୍କା ଜରିମାନା ହୋଇଛି ।