ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଉତ୍ତର ଭାରତୀୟ ଲୋକଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ତାଙ୍କର ଏହି ବୟାନ ଏବେ ଚାରିଆଡେ ହଡକମ୍ପ ମଚାଇଛି ।
ମୋଦି ସରକାରଙ୍କ ଶହେ ଦିନ ପୁରଣ ହେବା ଏବଂ ମନ୍ତ୍ରାଳୟର କାର୍ଯ୍ୟକାରୀର ସୂଚନା ଦେଇ ଗଙ୍ଗୱାର କହିଛନ୍ତି କି , ଏହି ଶହେ ଦିନ ଭିତରେ କେନ୍ଦ୍ରସରକାର ଅନେକ ଐତିହାସିକ ନିଷ୍ପତି ନେଇଛନ୍ତି । ବାଣିଜ୍ୟ କୁ ମଜବୁତ୍ କରିବା ସମେତ ଅନେକ କ୍ଷେତ୍ରରେ ପଦକ୍ଷେପ ନିଆଯାଇଛି ।
ସେ ଆହୁରୀ ମଧ୍ୟ କହିଛନ୍ତି କି, ଆଗାମୀ ମାସରେ ଜାମ୍ମୁ-କାଶ୍ମୀରରେ କେନ୍ଦ୍ରୀୟ ଶ୍ରମ ଏବଂ ରୋଜଗାର ଆଇନ ଲାଗୁ ହେବ । ଏହାପରେ ଶ୍ରୀନଗରରେ ଶହେଟି ବେଡ୍ ବିଷିଷ୍ଟ ଏକ ଇଏସଆଇଏସ ହସ୍ପିଟାଲ ବି ତିଆରି ହେବ ।
ସବୁଠୁ ବଡ କଥା ହେଉଛି ଗଙ୍ଗୱାର କହିଛନ୍ତି, ଦେଶରେ ଚାକିରୀର ଅଭାବ ନାହିଁ,ଉତ୍ତର ଭାରତର ଲୋକଙ୍କ ପାଖରେ ଯୋଗ୍ୟତାର ଅଭାବ ରହିଛି । ଏଠାକୁ ଚାକିରୀ ପାଇଁ ରିକ୍ରୁଟ କରିବାକୁ ଆସୁଥିବା ଅଧିକାରୀ କହିଛନ୍ତି କି ତାଙ୍କୁ ଯେଉଁ ପଦ ପାଇଁ ଲୋକ ଆବଶ୍ୟକ । ସେମାନଙ୍କଠାରେ ଯୋଗ୍ୟତା ଦେଖାଯାଉ ନାହିଁ ।