ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୋଳାନାଥଙ୍କ ପ୍ରିୟ ବାର ହେଉଛି ସୋମବାର । ଏହି ଦିନ ବିଧି ବିଧାନ ସହ ଭୋଳାଶଙ୍କରଙ୍କୁ ପୂଜା କରାଯାଇଥାଏ । ଏହାସହିତ ସେମାବାର ଦିନ ଅନେକଭକ୍ତ କିଛି ଉପାୟ ଅବଲମ୍ବନ କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥାନ୍ତି । ଯଦି ଆପଣ ବି ଶିବଙ୍କ ଭକ୍ତ ତେବେ ନିହାତି ଭାବେ ଏହି ଉପାୟ ଆପଣାନ୍ତୁ ।
ଭୋଳାନାଥଙ୍କୁ ପ୍ରସନ୍ନ କରିବାର ଉପାୟ:
ସୋମବାର ଦିନ ସକାଳୁ ନିତ୍ୟକ୍ରମ ସାରି ନିକଟବର୍ତ୍ତି ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଭଗବାନଙ୍କୁ ଜଳାଭିଶେକ କରିବା ସହ କଳାଜିରା ଅର୍ପଣ କରନ୍ତୁ । ଏହାପରେ ମନ୍ଦିରରେ କିଛି ସମୟ ବସି ମନ ଭିତରେ ଓଁ ନମଃ ଶିବାୟ ମନ୍ତ୍ର ଜପନ୍ତୁ । ଏଭଳି କରିବା ଦ୍ୱାରା ଶାନ୍ତି ମିଳିଥାଏ ।
– ସୋମବାର ଦିନ ୨୧ ଟି ବେଲପତ୍ର ଉପରେ ଚନ୍ଦନ ଯୋଗେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗ ଉପରେ ଚଢାନ୍ତୁ । ଏହାଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ ।
– ଘରୋଇ ଚିନ୍ତା, ପାରିବାରିକ କଳହରୁ ରକ୍ଷା ପାଇବା ପାଇଁ ସୋମବାର ଦିନ ସକାଳୁ ଘରେ ଗୋ-ମୂତ୍ର ଛିଞ୍ଚନ୍ତୁ ।
– ଯଦି ବିବାହରେ ବିଳମ୍ବ ହେଉଛି ତେବେ ସୋମବାର ଦିନ ଶିବଲିଙ୍ଗ ଉପରେ କେଶର ମିଶ୍ରିତ ଖୀର ଚଢାନ୍ତୁ । ଖୁବ୍ ଶୀଘ୍ର ବିବାହ ଯୋଗ ଫିଟିବ ।
– ସୋମବାର ଦିନ ଷଣ୍ଢକୁ ସବୁଜ ଚାରା ଖୁଆନ୍ତୁ । ଏହାଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ବଳବତ୍ତର ରହିବା ସହିତ ମନ ପ୍ରସନ୍ନ ରହିବ ।
– ସୋମବାର ଦିନ ଗରିବଙ୍କୁ ଖାଇବାକୁ ଦିଅନ୍ତୁ, ଏଭଳି କରିବା ଦ୍ୱାରା ଘରେ ଅନ୍ନ ଅଭାବ ଦେଖାଦେବ ନାହିଁ ।
– ସୋମବାର ଦିନ କୌଣସି ନଦୀ କିମ୍ବା ପୋଖରୀରେ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ମାଛକୁ ଖାଇବାକୁ ଦେଲା ବେଳେ ମନ ଭିତରେ ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ । ଏହା ଧନ ପ୍ରାପ୍ତିର ସରଳ ଉପାୟ ।