ନୂଅଦିଲ୍ଲୀ ( ଏଟିଆର ବ୍ୟୁରୋ): ଲ୍ୟାଣ୍ଡର ବିକ୍ରମର ଫଟୋ ଆଜି ନସା ପକ୍ଷରୁ ଜରି କରାଯାଇପାରେ । ଚନ୍ଦ୍ର ଚାରିପାଖରେ ନାସାର ବୁଲୁଥିବା ଅର୍ବିଟର ଏହି ଫଟୋ ଜାରି କରିପାରେ । ଆଜି ନାସାର ଅର୍ବିଟର ଏହି ଅଞ୍ଚଳ ଦେଇ ଗତି କରିବ ତେଣୁ ନାସା ପକ୍ଷରୁ ଇସ୍ରୋ ଲ୍ୟାଣ୍ଡର ବିକ୍ରମର ଫଟୋ ଉତ୍ତୋଳନ କରିବ । ପୂର୍ବରୁ ଚନ୍ଦ୍ରଯାନ-୨ ର ଅର୍ବିଟର ବିକ୍ରମର ସୂଚନା ଦେଇଥିଲେ ମଧ୍ୟ ବିକ୍ରମ ସହିତ ଇସ୍ରୋର ଯୋଗାଯୋଗ ହୋଇ ପାରୁନି ।
ନାସାର ଅର୍ବିଟର ଆଜି ଲ୍ୟାଣ୍ଡର ବିକ୍ରମ ସାଇଟରେ ଗତି କରିବ । ନାସା ଅର୍ବିଟରର କ୍ୟାମେରା ହାଇ ରିଜୋଲେସନ ରହିଥିବାରୁ ଏହି ଫଟୋ ବିକ୍ରମ ସହିତ ଯୋଗାଯୋଗ କରିବା ପାଇଁ ବେଶ ସହାୟକ ହେବ ବୋଲି ବୈଜ୍ଞାନିକ ମାନେ ଆଶା ରଖିଛନ୍ତି । ସୂଚନା ଅନୁସାରେ ଯୋଗାଯୋଗ ବିଛିନ୍ନ ହେବାରୁ ବିକ୍ରମ ଲ୍ୟାଣ୍ଡିଂ ସ୍ଥ୍ାନ ଠାରୁ ୩୦୦ ମିଟର ଅଧିକ ଦୂରରେ ପଡି ରହିଥିବା ଚନ୍ଦ୍ରଯାନ -୨ ର ଅର୍ବିଟର ସୂଚନା ଦେଇଥିଲା ।
ସୂଚନାଯୋଗ୍ୟ ଗତ ସେପ୍ଟମ୍ବର ୭ ରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲାଣ୍ଡିଂ କରିଥାନ୍ତି ବିକ୍ରମ । ମାତ୍ର ଚନ୍ଦ୍ରପୃଷ୍ଠର ମାତ୍ର ୨.୧ କି.ମି ଦୂରରୁ ବିକ୍ରମ ସହ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଥିଲା । ପରେ ଚନ୍ଦ୍ରଯାନ ୨ ର ଅର୍ବିଟର ହାର୍ଡ ଲାଣ୍ଡିଂ କରି ଚନ୍ଦ୍ରପୃଷ୍ଠରେ ପଡିଥିଲା ବିକ୍ରମର ଠିକଣା ବିଷୟରେ ଅବଗତ କରାଇଥିଲା । ଯାହାପରେ ପୁଣି ଥରେ ବୈଜ୍ଞାନିକଙ୍କ ଆଶା ଜାଗ୍ରତ ହୋଇ ଉଠିଥିଲା ।