ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଶ୍ରୀମନ୍ଦିର ସଂସ୍କାର ଜନିତ ମାମଲାର ଆଜି ଏକ ଶୁଣାଣି ହୋଇଛି । ସୁପ୍ରିମକୋର୍ଟରେ ୩ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି । ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ ପି ଆର ଗାୱାଇ ଏବଂ ଜଷ୍ଟିସ ଏମ ଆର ଶାହାଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ପୁରୀ ଗସ୍ତ କରିଥିବା ଆକିମସ କ୍ୟୁରୀଙ୍କୁ ରିପୋର୍ଟ ମାଗିଥିଲେ । ରିପୋର୍ଟ ପ୍ରଦାନ କରିବାକୁ କୋର୍ଟଙ୍କୁ ସମୟ ମାଗିଛନ୍ତି ଆମିକସ୍ କ୍ୟୁରି ।
କୋର୍ଟଙ୍କୁ ୨ ସପ୍ତାହ ସମୟ ମାଗିଛନ୍ତି ଆମିକସ୍ କ୍ୟୁରି ରଞ୍ଜିତ କୁମାର । ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ଚତୁପାଶ୍ୱର୍ରୁ ୭୫ ମିଟର ଛଚ୍ଛେଦକୁ ନେଇ କୋର୍ଟରେ ଅଭିଯୋଗ ହୋଇଥିଲା । କୋର୍ଟଙ୍କ ନିର୍ଦେଶ କ୍ରମେ ଗତ ୯ ଓ ୧୦ତାରିଖରେ ପୁରୀ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ ଆମିକସ୍ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ । ତେବେ ଏହି ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ୩ ତାରିଖରେ ରହିଛି । ଅନ୍ୟପଟେ ଶ୍ରୀମନ୍ଦିର ଚାରପଟୁ ମଠ ଉଚ୍ଛେଦକୁ ପୂର୍ବରୁ ଶଙ୍କରାଚାର୍ଯ୍ୟଙ୍କ ସମେତ ବିରୋଧୀ ବିରୋଧ କରିଥିଲେ ।