କଟକ ( ଏଟିଆର ବ୍ୟୁରୋ): ଅର୍ଥତତ୍ୱ ଚିଟଫଣ୍ଡ ମାମଲାରେ ଗିରଫ ହେଲେ ଓସିଏର ପୂର୍ବତନ ସଂମ୍ପାଦକ ଆଶୀର୍ବାଦ ବେହେରା । ଏହି ମାମଲାରେ ଆଜି ତାଙ୍କୁ ଗିରଫ କରିଛି ସିବିଆଇ । ଆଜି ଭୋରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିବା ଜଣାପଡିଛି । ଆଜି ସକାଳ ସାଢେ ୫ ଟା ଆଶୀର୍ବାଦଙ୍କ ଘରେ ଚଢାଉ କରିଥିଲା ସିବିଆଇ ।
ପୂର୍ବରୁ ଆଶୀର୍ବାଦଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ।ପୂର୍ବରୁ ଅନେକ ଥର ତାଙ୍କୁ ସିବିଆଇ ଜେରା ମଧ୍ୟ କରି ସାରିଛି ।ପୂର୍ବରୁ ଏହି ମାମଲାରେ ୩୩ଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ୬ ଚାର୍ଜସିଟ୍ ସହ ୪ଟି ଅତିରିକ୍ତ ଚାଜସିଟ୍ ଦାଖଲ କରିସାରିଥିବା ସୂଚନା ରହିଛି । ପୂର୍ବରୁ ସିବିଆଇ ଆଶୀର୍ବାଦ ବେହେରା, କମଳାକାନ୍ତ ଦାସ ଏବଂ ଅର୍ଥତତ୍ୱ ଗ୍ରୁପ୍ର ଡାଇରେକ୍ଟର ସମ୍ପିତ କୁମାର ଖୁଣ୍ଟିଆଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଥିଲା ।
ସମ୍ବିତଙ୍କୁ ୨୦୧୪ ଅଗଷ୍ଟ ୧୬ରେ ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂବୋର୍ଡରେ ଥିବା ତାଙ୍କ ଘରୁ ସିବିଆଇ ଗିରଫ କରିଥିଲା ସିବିଆଇ। ସୂଚନାଯୋଗ୍ୟ ଆଶୀର୍ବାଦ ବେହେରା ପୂର୍ବରୁ ଓସିଏ (ଓଡ଼ିଶା ଅଲମ୍ପିକ୍ ଆଶୋସିଏସନ୍) ର ସମ୍ପାଦକ ଥିଲେ । ଅର୍ଥତତ୍ୱ ଗ୍ରୁପ୍ ସହ ସମ୍ପର୍କ ଥିବା ନେଇ ଆଶୀର୍ବାଦ ବେହେରା ଗତ ୨୦୧୪ରୁ ସିବିଆଇ ସ୍କାନରରେ ରହିଥିଲେ । ୨୦୧୧ ଏବଂ ୨୦୧୨ ରେ ହୋଇଥିବା ରଣଜୀ ଟ୍ରଫି ଓ ଓଡ଼ିଶା ପ୍ରିମିୟର୍ ଲିଗ୍ରେ ଅର୍ଥତତ୍ୱ ଟଙ୍କା ଲଗାଯାଇଥିବା ଅଭିଯୋଗ ରହିଥିଲା ।