ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଆଜି ଅଚାନକ ଉତ୍କଳବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଆଜି ସକାଳ ୮ ଟାରେ ବିଶ୍ୱ ବିଦ୍ୟାଳୟରେ ପହଞ୍ଚିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ସମେତ ହଷ୍ଟେଲ ସମସ୍ୟା ଆଦି ବିଷୟରେ ଛାତ୍ର ଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ମନ୍ତ୍ରୀ । ମନ୍ତ୍ରୀଙ୍କ ସମେତ ସଚିବ ମଧ୍ୟ ପରିଦର୍ଶନରେ ଆସିଛନ୍ତି । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା ବେଳେ କଲେଜର ବିକାଶକୁ ନେଇ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଛନ୍ତି ।
ଏତେ ଟଙ୍କା ବର୍ଷକୁ ବିଶ୍ୱ ବିଦ୍ୟାଳୟର ବିକାଶ ପାଇଁ ଆସୁଥିଲେ ମଧ୍ୟ କାହିଁକି ବିକାଶ ହୋଇ ପାରୁନାହିଁ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ । ଏହି ଅବସରରେ ସ୍ଥାନୀୟ ବିଧାୟକ ଶୁଶାନ୍ତ ରାଉତ ଉପସ୍ଥିତ ରହିଥିଲେ । ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବା ସହିତ ମନ୍ତ୍ରୀ କୂଳ ସଚିବଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଏଇ ନିକଟରେ ବିଶ୍ୱ ବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା ।
ପିଲାମାନେ ବିଭିନ୍ନ ସମସ୍ୟା ନେଇ କୂଳପତିଙ୍କ କାର୍ଯ୍ୟାଳୟ ଘେରିବା ସହିତ କଲେଜ ପରିସରରେ ହୋ ହାଲ୍ଲା କରିଥିଲେ । ପୋଲିସ ଡିଜି ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିବା ପରେ ପରରିସ୍ଥିତି ସମାନ୍ୟ ହୋଇଥିଲା । ଏହି ଅବସରରେ ଆଜି ମନ୍ତ୍ରୀ ଆସି ଛାତ୍ରଛାତ୍ରୀଙ୍କ ସହିତ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରୁଥିବା ଜଣାପଡିଛି ।