ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଟ୍ରେନ୍ କୁ ଅପେକ୍ଷା କରି ଆଉ ଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଛିଡା ହେବାକୁ ପଡିବ ନାହିଁ । କେବଳ ଏତିକି ନୁହେଁ ଭାରତୀୟ ରେଲୱେ ପକ୍ଷରୁ ଅନ୍ ଡିମାଣ୍ଡ ମାନେ ଯାତ୍ରୀଙ୍କ ଅନୁସାରେ ଟ୍ରେନ୍ ଚାଲିବ ।
ସୁଚନାଯୋଗ୍ୟ,ଭାରତୀୟ ରେଲୱେ ପକ୍ଷରୁ ଆଗାମୀ ୪ ବର୍ଷ ମଧ୍ୟରେ ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାୱାଡା ରୁଟ୍ ର ଦାବି ଅନୁଯାୟୀ ଅଧିକ ଟ୍ରେନ ଚାଲିବାର ପ୍ରସ୍ତୁତ କରାଯାଉଛି । ଏହି ଯୋଜନା ଲାଗୁ ହେବା ପରେ ୱେଟିଂ ଲିଷ୍ଟର ଚିନ୍ତା ଦୁର ହେବ । ଏନେଇ ରେଲୱେ ବୋର୍ଡର ଅଧ୍ୟକ୍ଷ ବି.କେ ଯାଦବ ସୂଚନା ଦେଇଛନ୍ତି ।
୨୦୨୧ ସୁଧା ମାଲ ପରିବହନ ପାଇଁ ସ୍ୱତନ୍ତ୍ର ରୁଟ୍(ଡିଏଫସି) ନିର୍ମାଣ କରାଯିବା ପରେ ରେଲ ଲାଇନ୍ ରେ ଆଉ ମାଲ ଗାଡି ଗଡିବ ନାହିଁ । ଏହାପରେ ଯାତ୍ରୀ ଟ୍ରେନ୍ ଏବଂ ମାଲଗାଡି ପାଇଁ ରୁଟ୍ ଅଲଗା ହୋଇଯିବ । ଯାହାଫଳରେ ରେଳ ଲାଇନରେ ଏକ୍ସଟ୍ରା ଗାଡି ଚାଲି ପାରିବ ।
ଯାଦବଙ୍କ ମୁତାବକ, ଉତ୍ତର ଦକ୍ଷୀଣ (ଦିଲ୍ଲୀ-ଚେନ୍ନାଇ) ପୂର୍ବ ପଶ୍ଚିମ (ମୁମ୍ବାଇ-ହାୱଡା) ଏବଂ ଖଡଗପୁର ବିଜୟୱାଡା ପାଇଁ ମାଲପରିବହନର ଯେଉଁ ରୁଟ୍ ବଛାଯାଇଛି ତା ଉପରେ ଏବେ କାମ ଚାଲିଛି । ସେପଟେ ଗୋଟେ ବର୍ଷ ଭିତରେ ଲୋକେସନ ସର୍ଭେର କାମ ବି ଶେଷ ହୋଇଯିବ । ଏହାସହିତ ଡିଏଫସି ର ଲମ୍ବ ପାଖାପାଖି ୬୦୦୦ କି.ମି ହେବ ଏବଂ ଏହାର କାମ ୧୦ ବର୍ଷ ମଧ୍ୟରେ ଶେଷ ହୋଇଯିବ ।