ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଦଳିବ ସ୍ମାର୍ଟ ସିଟି ରେଳ ଷ୍ଟେସନ । ବଦଳିବ ରୂପରେଖ । ଦେଶର ବଡବଡ ସହର ପରି ଭୁବନେଶ୍ୱର ରେଳ ଷ୍ଟେସନ ହେବ ଅତ୍ୟାଧୁନିକ ରେଳଷ୍ଟେସନ । ଯାତ୍ରୀ ମାନେ ପାଇବେ ବିଭିନ୍ନ ଅତ୍ୟାଧୁନିକ ସୁବିଧା । ପୁରା ବିମାନ ବନ୍ଦର ପରି ସୁବିଧା ମିଳିବ ଷ୍ଟେସନରେ । ଷ୍ଟେସନରେ ଟର୍ମିନାଲ ସମେତ ଅତ୍ୟାଧୁନି କବସ ଷ୍ଟାଣ୍ଡ ମଧ୍ୟ ହେବ । ଏନେଇ ଆଜି ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ମୋଡାଲ ହବ ହେଲେ ଟର୍ମିନାଲ ବିଲଡିଂ, ସିଟି ବସ ଟର୍ମିନାଲ, କାର ପାର୍କିଂ ସହିତ ଯାତ୍ରୀଙ୍କ ପାଇଁ ବିଭିନ୍ନ ସୁବିଧା ରହିବ । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସି ଜରିଆରେ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ବିଡିଏ ମାଧ୍ୟମରେ ଏହି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଏହି ପ୍ରକଳ୍ପ ପାଇଁ ରେଳ ବିଭାଗ ଦେବ ୭୦ କୋଟି ଏବଂ ରାଜ୍ୟ ସରକାର ୬୦ କୋଟି । ପୂର୍ବରୁ ଏହା ପାଇଁ ଜମି ଅଧିଗ୍ରହଣ ସରିଛି । ଖୁବ ଶିଘ୍ର କାର୍ଯ୍ୟ ଆରମ୍ଭ ହେବ ।