ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବହୁଦିନର ଅପେକ୍ଷା ପରେ ଆଜି ଭାରତର ନିର୍ବାଚନ କମିସନ ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ତାରିଖ ଘେଷଣା କରାଯାଇଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ସୂଚନା ଅନୁସାରେ ବିଜେପୁରରେ ଆଜି ଠାରୁ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥିପତ୍ର ଦାଖଲ କରିବାର ଶେଷ ଦିନ ଆସନ୍ତା ୩୦ ତାରିଖ ରହିଛି । ଅକ୍ଟୋବର ୧ତାରିଖ ଦିନ ପ୍ରର୍ଥିପତ୍ର ଜାଞ୍ଚ ହେବ । ଅକ୍ଟୋବର ୩ ତାରିଖ ଭିତରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି । ଅକ୍ଟୋବର ୨୧ ତାରିଖ ଦିନ ୧୮୫ଟି ବୁଥରେ ୨,୩୨,୦୦୫ ଜଣ ଭୋଟର ବିଜେପୁର ଉପନିର୍ବାଚନରେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ଏହାର ଦୁଇ ଦିନ ପରେ ଅର୍ଥାତ ୨୪ ତାରିଖ ଦିନ ଭୋଟ ଗଣତି କରାଯାଇ ଫଳାଫଳ ଘେଷଣା କରାଯିବାର ସୂଚନା ରହିଛି ।
ତେବେ ଏହି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥି ଚୟନ କରିବା ପାଇଁ କସରତ ଆରମ୍ଭ କରିସାରିଲେଣି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜେପୁର ପ୍ରାର୍ଥି ଚୟନ ପାଇଁ ବୈଠକ ବସିବ । କେଉଁ ମାନେ ବିଜେପୁର ଉପନିର୍ବାଚନ ଦ୍ୱାୟୀତରେ ରହିବେ, କିଏ ଏଥି ପାଇଁ ଉପଯୁକ୍ତ ପ୍ରାର୍ଥି ହେବ ଆଜି ଏହି ବୈଠକରେ ଆଲେଚନା କରାଯିବ । ଏହାର ଗୋଟିଏ ଦୁଇ ଦିନ ଭିତରେ ଦଳର ସୁପ୍ରିମଙ୍କ ଦ୍ୱାରା ପ୍ରାର୍ଥିଙ୍କ ନାମ ଘେଷଣା କରାଯିବ । ସେପଟେ ବିଜେପି ତରଫରୁ ପ୍ରାର୍ଥି ଚୟନ ପ୍ରତିକ୍ରିୟା ଆରମ୍ଭ ହୋଇ ସାରିଛି । ବିଜେପୁର ପାଇଁ ଚୂଡାନ୍ତ ପ୍ରାର୍ଥି ତାଲିକା ପ୍ରସ୍ତୁତ କରାଯାଇ କେନ୍ଦ୍ରୀୟ କମିଟିକୁ ପଠାଯିବ । ଅନ୍ୟପଟେ ଆସନ୍ତା କାଲି କଂଗ୍ରେସ ତରଫରୁ ବିଜେପୁର ନିର୍ବାଚନ ପାଇଁ ପିସିସି ବୈଠକ ବସିବ ।