ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ ୨ ଏବଂ ତାର ସଫଳତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ପ୍ରମୁଖ କେ ସିବନ ଶନିବାର ଦିନ କହିଥିଲେ କି ଚନ୍ଦ୍ରଯାନ ୨ ର ଅର୍ବିଟର ସଠିକ୍ ଭାବେ କାମ କରୁଛି ଏବଂ ଭାରତର ଏହା ଦ୍ୱିତୀୟ ମୁନ୍ ମିଶନ ଯାହା ୯୮ ପ୍ରତିଶତ ସଫଳ ହୋଇଛି । ସିବନଙ୍କର ଏହି ବୟାନକୁ ନେଇ ଏବେ ପ୍ରଶ୍ନ ଉଠିଛି ।
ଇସ୍ରୋ ପ୍ରମୁଖଙ୍କ ଦ୍ୱାରା ଦିଆଯାଇଥିବା ଏହି ବୟାନକୁ ନେଇ କିଛି ବରିଷ୍ଠ ବୈଜ୍ଞାନିକ ଆପତ୍ତି ଆଣିଛନ୍ତି । ବୈଜ୍ଞାନିକଙ୍କ କହିବାନୁଯାୟୀ ‘ବିକ୍ରମ ର ସଫଳ ଲାଣ୍ଡିଂ ଏହି ମୁନ୍ ମିଶନର ପ୍ରମୁଖ ଅଂଶ ଥିଲା, କିନ୍ତୁ ତାହା ସଫଳ ହୋଇ ପାରିଲା ନାହିଁ । ଚନ୍ଦ୍ରଯାନ ୨ ର ବିକ୍ରମ ଲାଣ୍ଡର ଦୃତ ଗତିରେ ଚନ୍ଦ୍ରମା ସହିତ ମାଡ ହୋଇ ହୁଏତ ସବୁଦିନ ପାଇଁ ଉଭେଇ ଯାଇଛି ।’ ତାଙ୍କ କହିବାନୁଯାୟୀ ଗଭୀରତାରେ ତଦନ୍ତ ନକରି ଏଭଳି ବୟାନ ଦେଇ ଦୁନିଆ ସାମ୍ନାରେ ଥଟ୍ଟାର ପାତ୍ର ହେଉଛନ୍ତି ।
ଅହମଦାବାଦ୍ ସ୍ଥିତ ସ୍ପେସ ଆପ୍ଲିକେଶନ ସେଣ୍ଟର ର ପୂର୍ବ ନିର୍ଦ୍ଦେଶକ ଏବଂ ଇସ୍ରୋର ପୂର୍ବ ବୈଜ୍ଞାନିକ ତପନ ମିଶ୍ରା ବି ଏହି ପ୍ରସଙ୍ଗ ଉଠାଇଛନ୍ତି ।
ଅନ୍ୟଜଣେ ବୈଜ୍ଞାନିକ କହିଛନ୍ତି କି ଚନ୍ଦ୍ରଯାନ ୨ ମିଶନରେ କିଛି ଯାନ୍ତ୍ରିକ ତୃଟି ହୋଇଛି । ସେହି ଅନୁଯାୟୀ ଇସ୍ରୋ ବିକ୍ରମ ଲାଣ୍ଡରକୁ ଏକ ଥ୍ରଷ୍ଟର ସହିତ ପଠାଇବାର ଥିଲା ପାଞ୍ଚ ସହିତ ନୁହେଁ । ଏହାଦ୍ୱାରା କୌଣସି ଯାନ୍ତ୍ରିକ ତୃଟି ହୋଇନଥାନ୍ତା । ସାରା ଦୁନିଆରେ ଏହି ପ୍ରକ୍ରିୟା ଆପଣା ଯାଇଥାଏ ।