ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଶୋସାଲ ମିଡିଆରେ ଏବେ ଗୋଟିଏ ଫଟୋ ଭାଇରାଲ ହେଉଛି ଯେଉଁଥିରେ ସୂଚନା ଦିଆଇଛି ପୁରୀ ଗଜପତି ବଦଳିବେ । ଏବଂ ନୀଳ ଗିରି ଯୁବରାଜଜଙ୍କ ଫଟୋକୁ ଗଜପତିଙ୍କ ଉତ୍ତରାଧୀକାରି ଭାବେ ଦର୍ଶା ଯାଇଛି । ତେବେ ଭାଇରାଲ ହେଉଥିବା ଏହି ଫଟୋ ସଂମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଶ୍ରୀନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଫଟୋଟି ୨୦୧୬ ମସିହାର , ଏହା ପୁରୀ ଗଜପତି ଦିବ୍ୟସିଂହ ଦେବ ମାମୁଁଙ୍କ ଘର ନୀଳଗିରୀ ଯୁବରାଜଙ୍କର ନିର୍ବନ୍ଧ ଉତ୍ସବର ଫଟୋ ବୋଲି ସ୍ପଷ୍ଟ କରାଯାଇଛି । ପୁରୀ ଗଜପତିଙ୍କର ମାମୁଁ ଘର ନୀଳଗିରି ହୋଇଥିବାରୁ ଗଜପତି , ମହାରାଣୀ ସହ ଏହି ଉତ୍ସବରେ ଉପସ୍ଥିତ ଥିଲେ । ଢେଙ୍କାନାଳର ରାଜା କାମାକ୍ଷା ପ୍ରସାଦ ସିଂହଦେଓ ବି ଏହି ଉତ୍ସବରେ ଉପସ୍ଥିତ ଥିଲେ । ନୀଳଗିରୀ ମହାରାଜ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ବି ଏ ବିଷୟରେ ସ୍ପଷ୍ଟ କରିଛନ୍ତି ।
ପୁରୀ ଗଜପତିଙ୍କର ପୁତ୍ର ସନ୍ତାନ ନଥିବାରୁ ତାଙ୍କର ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ ସବୁବେଳେ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି। ଶୋସାଲ ମିଡିଆରେ ଶସ୍ତା ଲୋକପ୍ରିୟତା ପାଇଁବା ପାଇଁ କେହି ଏମିତି କରିଥିବା ଜଣା ପଡିିଛି । ଅନ୍ୟପଟେ ଉପଯୁକ୍ତ ସମୟରେ ମହାପ୍ରଭୁଙ୍କ ଇଚ୍ଛାରେ ପରମ୍ପରା ଅନୁସାରେ ଗଜପତିଙ୍କର ଉତ୍ତରାଧିକାରୀ ଚୟନ କରାଯିବବୋଲି ସ୍ୱୟଂ ଗଜପତି ଦିବ୍ୟ ସଂହ ଦେବ ପୂର୍ବରୁ ସୂଚନା ଦେଇଛନ୍ତି ।