ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ବିୟୁଟି ପାଜେଣ୍ଟ ସୋ’ ର କ୍ରେଜ୍ ବଢିବାରେ ଲାଗିଛି । ଏହି ବିୟୁଟି ପାଜେଣ୍ଟ ଦ୍ୱାରା ନିଜର ପ୍ରତିଭା ଦେଖାଇବା ପାଇଁ ବେଶ୍ ଉତ୍ସାହ ଯୁବପିଢୀ । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ମେଗା ଇଭେଣ୍ଟ ସୋ’indias-charming-face-odisha-2019 । ଏହି ସୋ’ ପ୍ରଥମ ଥର ପାଇଁ ଓଡିଶାରେ ଅନୁଷ୍ଠିତ ହେବ । ଏଥିରେ ଓଡିଆ ପ୍ରତିଭା ସେମାନଙ୍କର ଜଲୱା ଦେଖାଇବେ । ସେଥିଲାଗି ଏହି ସୋ’ରେ ଭାଗନେବା ପାଇଁ ଓଡିଶାର ୩୦୦ ରୁ ଅଧିକ ପ୍ରତିଯୋଗୀ ଅନଲାଇନ୍ ଯୋଗେ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ୫୦ ଜଣ ପ୍ରତିଯୋଗୀଙ୍କୁ ବଛାଯାଇଛି । ସେହି ୫୦ ଜଣଙ୍କୁ ନେଇ ଏକ ଅଡିସନ୍ ହେବ ସେଥିରୁ ୧୬ ଜଣ ପ୍ରତିଯୋଗୀ ବଛା ହେବେ । ସେହି ୧୬ ପ୍ରତିଯୋଗୀ ସିଧା ସଳଖ ମେଗା ଇଭେଣ୍ଟରେ ଏଣ୍ଟ୍ରି କରିବେ । ତେବେ ଆସନ୍ତୁ ଜାଣିବା ସେହି ପ୍ରତିଯୋଗୀଙ୍କ ମଧ୍ୟରୁ କିଛି ପ୍ରତିଯୋଗୀଙ୍କ ବିଷୟରେ ସେମାନଙ୍କ ମୁହଁରୁ
ମୁଁ ମନୋଶ୍ରଦ୍ଧା ମାହାପାତ୍ର- ମୁଁ ଫିଜିଓଲୋଜିରେ ସ୍ନାତକ ସାରି ବର୍ତ୍ତମାନ ସାମ୍ବାଦିକ ହେବା ପାଇଁ ପ୍ରସ୍ତୁତ ହେଉଛି । ମୋର ରୁଚି ହେଉଛି ନୃତ୍ୟ, ଅଭିନୟ ଓ ମଡେଲିଂ କରିବା । ମୁଁ ନ୍ୟୁଜ ଚାନେଲରେ ଉପସ୍ଥାପନା ମଧ୍ୟ କରେ । ମୁଁ ସବୁବେଳେ ଚାହେଁ ଜଣେ ଭଲ ଓ ଭଦ୍ର ମଣିଷ ଟିଏ ହୋଇ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ । ମୁଁ ଭବିଷ୍ୟତରେ ଜଣେ ଭଲ ମଡେଲ ଓ ସାମ୍ବାଦିକ ହେବା ପାଇଁ ଲକ୍ଷ ରଖିଛି । ମୋ ମତରେ ଏକ ସୁନ୍ଦର ମନ ଥିବା ମଣିଷ ହେଉଛି ପ୍ରକୃତରେ ସୁନ୍ଦର । ସୁନ୍ଦରତା ସବୁବେଳେ ମନ ଭିତରୁ ହିଁ ଆସିବା ଦରକାର । ମିସ ଇଣ୍ଡିଆ ଚାରମିଙ୍ଗ ଫେସ ଓଡିଶା ହେଉଛି ଏପରି ଏକ ପା୍ଲଟଫର୍ମ ଯାହା ମୋ ପରି ମଡେଲ ମାନଙ୍କୁ ଏକ ସୁଯୋଗ ପ୍ରଦାନ କରୁଛି ନିଜର ପ୍ରତିଭାକୁ ଦେଖାଇବା ପାଇଁ । ମୁଁ ମୋ ପ୍ରତିଭା ଉପରେ ବିଶ୍ୱାସ ରଖେ ଏବଂ ମୋ ପ୍ରତିଭା ପାଇଁ ମୁ ଆଜି ଏହି ପ୍ରତିଯୋଗିତାରେ ଅଶଂ ଗ୍ରହଣ କରିପାରିଛି । ଏହି ପ୍ରତିଯୋଗିତାଟି ମୋ ପାଇଁ ବେଶ ଗରୁତ୍ୱପୂର୍ଣ୍ଣ ଅଟେ । ଆଶା କରୁଛି ମୋର ପ୍ରତିଭା ଓ ଭଗବାନଙ୍କ ଆର୍ଶିବାଦ ଫଳରେ ମୁଁ ଏହି ପ୍ରତିଯୋଗିତାକୁ ଜିତି ପାରିବି ।
ସୁମନ ପ୍ରିୟା- ମୋର ବୟସ୨୦ । ବର୍ତ୍ତମାନ ମୁଁ ରାଜନୀତି ବିଜ୍ଞାନରେ ଯୁକ୍ତ ୩ର ଦ୍ୱିତୀୟ ବର୍ଷର ଛାତ୍ରୀ । ମତେ ଅଭିନୟ କରିବା, ଗୀତ ଗାଇବା ଓ ମଡେଲିଂ କରିବା ବହୁତ ପସନ୍ଦ । ଏହା ସହ ମୁଁ ଜଣେ ମଞ୍ଚ ଅଭିନେତ୍ରୀ । ମତେ ଅଭିନୟ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କୃତ କରାଯାଇଛି । ମୋର ଲକ୍ଷ ହେଉଛି ଜଣେ ଭଲ ମଣିଷ ହେବା ସହ ଗୋଟିଏ ଭଲ କଳାକାର କିମ୍ବା ମଡେଲ ହେବାକୁ । ମୋ ପାଇଁ ସୁନ୍ଦରତାର ଅର୍ଥ ହେଉଛି ମଣିଷର ମନ ଭିତରେ ଥିବା ସୁନ୍ଦର ଭାବନା । ଗୋଟିଏ ମଣିଷର ଚରିତ୍ର ହିଁ ମଣିଷର ସୁନ୍ଦରତାକୁ ପରିପ୍ରକାଶ କରିଥାଏ । ଯଦି ଗୋଟେ ମଣିଷର ମନ ଭିତରେ ସୁନ୍ଦରତା ନାହିଁ ତେବେ ସେ ମଣିଷ, ଉପରୁ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ତାର ସୁନ୍ଦରତାରେ କିଛି ଲାଭ ନାହିଁ । ମୁଁ ସର୍ବଦା ମୋ ନିଜ ଉପରେ ବିଶ୍ୱାସ ରଖିବା ସହିତ ମୋ ପ୍ରତିଭା ଉପରେ ବିଶ୍ୱାସ ରଖେ । ମୁଁ ନିଜକୁ ସେତିକି ଯୋଗ୍ୟ ମାନିଛି ବୋଲି ମୁଁ ଆଜି ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ୨୦୧୯ରେ ଭାଗ ନେଇଛି । ମୋ ପାଇଁ ଏହି ପ୍ରତିଯୋଗିତା ବହୁତ ଖାସ । ଆଶା କରୁଛି ମୁଁ ଏହି ପ୍ରତିଯୋଗିତା ଜିତି ମୋ ପରିବାର ସହ ସାରା ଓଡିଶାକୁ ଗୌରବାନୀତ କରିବି ।
ବର୍ଷା ମଲ୍ଲିକ- ଭୁବନେଶ୍ୱର- ମୁଁ ଏକ ମଧ୍ୟବିତ ପରିବାରର ଝିଅ । ମୋ ବାପା ବ୍ୟବସାୟ କରନ୍ତି । ମୁଁ ୨୦୧୫ ମସିହାରେ କଳାରେ ସ୍ନାତକ କରିଛି । ମୁଁ ରାଜ୍ୟ ସ୍ତରୀୟ ଟେନିସ ଖେଳରେ ଭାଗ ନେବା ସହ ଜାନୁଆରୀ ୨୬ ଓ ଅଗଷ୍ଟ ୧୫ରେ ପିଏମଜି ହେଉଥିବା ଡେୟାର ଡେଭିଲ ପୋଗ୍ରାମରେ ଅଂଶ ଗ୍ରହଣ କରିଛି । ବର୍ତ୍ତମାନ ମୁଁ ଏକ ଚାନେଲରେ ନିର୍ଦେଶକ ଭାବେ କାମ କରୁଛି । ଏହା ସହ ମୁଁ ଜଣେ ସମାଜ ସେବୀ । ମତେ ଗଳ୍ପ ଲେଖିବା, ଫଟୋଉଠାଇବା, ଭ୍ରମଣ କରିବା ଓ ରୋଷେଇ କରିବାକୁ ଭଲ ଲାଗେ । ମୋ ହିସାବରେ ସୁନ୍ଦରତା ଆମ କର୍ମ, ଚାଲି ଚଳନ, ବ୍ୟବହାର ଓ ଅନ୍ୟ ମାନଙ୍କୁ ଦେଉଥିବା ସମ୍ମାନରେ ଦେଖାଯାଇଥାଏ । ମୁଁ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ୨୦୧୯ରେ ଭାଗ ନେଇଛି । ସୁନ୍ଦରତା କେବଳ ଆମ ମୁଖର ସୌନ୍ଦର୍ଯ୍ୟ ନୁହେଁ ସୁନ୍ଦର ଆମ ପ୍ରତିଭା । ଏହାକୁ ଦେଖାଇ ମୁଁ ନିଜ ଗର୍ବ ଅନୁଭବ କରିବା ସହିତ ମୋ ସାଥି ମାନଙ୍କୁ ଏକ ନୂଆ ଭାବନା ସୃଷ୍ଟି କରାଇବି । ମୁଁ ଏହି ପ୍ରତିଯୋଗିତାରେ ଜିତେ କି ନ ଜିତେ ଏହି ପ୍ରତିଯୋଗିତାରୁ ବହୁତ କିଛି ଶିଖିବାକୁ ପାଇବି ।
ନଗଜା ନୀରଞ୍ଜନା-କଟକ- ମୁଁ ବିବିଏ କରିଛି । ପାଖାପାଖି ଗୋଟେ ବର୍ଷ ପୂର୍ବରୁ ମୁଁ ମଡେଲିଂ ଆରମ୍ଭ କରିଛି । ମୁଁ ଦୁଇଟି ମ୍ୟୁଜିକ ଭିଡିଓ ଓ ଗୋଟିଏ ଟିଭି ସୋରେ କାମ କରିଛି । ମୋର ରୁଚି ହେଉଛି ଭ୍ରମଣ କରିବା ଓ ନାଚିବା । ମତେ କାଟୁର୍ନ ଚାନେଲ ଦେଖିବାକୁ ଭଲ ଲାଗେ । ମୁଁ ଭବିଷ୍ୟତରେ ଗୋଟିଏ ବଡ କଳାକାର ହେବା ପାଇଁ ଆଶା ରଖିଛି । ମୋ ଦିସାବରେ ସୁନ୍ଦରତା ହେଉଛି ଆମେ ଆମ ନିଜକୁ ଅନ୍ୟମାନଙ୍କ ସମ୍ମୁଖରେ କିପରି ଭାବେ ଦେଖାଉଛେ । ସୁନ୍ଦରତା ଆମ ଭିତରେ ଅଛି ଯଦି ଏହାକୁ ଆମେ ଉପରୁ ଦେଖାଇବା ପାଇଁ ଚେଷ୍ଟା କରିବା ତେବେ ଆମେ ଆମ ସୁନ୍ଦରତାକୁ କେବେ ଦେଖାଇ ପାରିବା ନାହିଁ । ମୁଁ ଭାବୁଛି ମୁଁ ମିସ ଇଣ୍ଡିଆ ଚାର୍ମିଙ୍ଗ ଫେସ ୨୦୧୯ ପ୍ରତିଯୋଗିତାକୁ ଜିତିବି ।
ସନିକ୍ସା ସଞ୍ଜନା – ମୁମ୍ବାଇ, ମୁଁ ଜଣେ ଲେଦର ଡିଜାଇନର । ମୁଁ ଏନଆଇଏଫଟିରୁ ଷ୍ଟାଇଲିସ ଡିଜାଇନରେ ସ୍ନାତକ କରିଛି । ମତେ ନାଚିବା ଏବଂ ଗୀତ ଗାଇବାକୁ ଭଲ ଲାଗେ । ଫେସନକୁ ନେଇ ବ୍ଲଗ ଲେଖିବାକୁ ମତେ ବହୁତ ଭଲ ଲାଗେ । ମୁଁ ମିଲନ ଫେସନ ୱିକରେ କାମ କରିବା ଏବଂ ନିଜକୁ ଜଣେ ଆତ୍ମନିର୍ଭରଶୀଳ ମହିଳା ଭାବେ ପରିଚିତ କରିବାକୁ ଚାହେଁ । ବାହ୍ୟ ସୁନ୍ଦରତା ଅପେକ୍ଷା ମୁଁ ଭିତରେ ଥିବା ଭଲ ଗୁଣକୁ ବେଶି ପ୍ରାଧାନ୍ୟ ଦିଏ । ଅନ୍ୟ ମାନଙ୍କ ସେବା କରିବା ମତେ ସବୁବେଳେ ଆତ୍ମ ସନ୍ତୋଷ ଦେଇଥାଏ । ମତେ ଲାଗୁଛି ଏହି କ୍ରାଉନ ମୁଁ ଦେଖିଥିବା ମୋ ସ୍ୱପ୍ନକୁ ପୂରଣ କରିବ । ଏହି କ୍ରାଉନ ମତେ ଆଗକୁ ଯିବାକୁ ବେଶ ସହାୟକ ହେବ ।