ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନରେ ସୃଷ୍ଟି ହୋଇଥିବା ଆତଙ୍କବାଦ ଯେ କେବଳ ଭାରତ ପାଇଁ ସମସ୍ୟା ତା ନୁହେଁ । ପାକିସ୍ତାନର ଏହି ହରକତ ଏବେ ସମଗ୍ର ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତକାଲି ଜାତିସଂଘର ୭୪ ତମ ଅଧିବେଶନର ମାତ୍ର କେଇଘଣ୍ଟା ପୂର୍ବରୁ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଛି । ମସୁଦ ଅଝହର ଓ ହାପିଜ ସଇଦ ଭଳି ଆତଙ୍କବାଦୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପାକିସ୍ତାନକୁ କହିଛି ଆମେରିକା ।
ଆମେରିକା ଆହୁରି ମଧ୍ୟ କହିଛି ଭାରତ ପାକିସ୍ତାନ ମଧ୍ୟରେ ଲାଗି ରହିଥବା ବିବାଦ ଏହା ଉପରେ ନିର୍ଭର କରୁଛି । ଆମେରିକା ଦକ୍ଷିଣ ଓ ମଧ୍ୟ ଏସିଆ ମାମଲାର କାର୍ଯ୍ୟକାରୀ ମନ୍ତ୍ରୀ ଏଲିସ ବ୍ଲେସ ଏହି ମହାସମଭାର ମାତ୍ର କେଇ ଘଣ୍ଟା ପୂର୍ବରୁ ଚେତାବନୀ ଦେଇ ଏହା କହିଛନ୍ତି ।
ତେବେ ସେ ଆମେରିକାର ମଧ୍ୟସ୍ଥତାକୁ ନେଇ କହିଛନ୍ତି ଟ୍ରମ୍ପ ଯେଉଁ ପ୍ରସ୍ତାବ ରଖିଥିଲେ ତାକୁ ନେଇ ଭାରତ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରି କହିଛନ୍ତି କି ଭାରତ ପାକିସ୍ତାନ ବିବାଦ ମଧ୍ୟରେ ସେ ମଧ୍ୟସ୍ଥତା ଚାହୁଁ ନାହାନ୍ତି । ଅନ୍ୟପଟେ ଟ୍ରମ୍ପ ମଧ୍ୟ ସ୍ପଷ୍ଟ କରିଛନ୍ତି ଯଦି ଦୁଇ ଦେଶ ଚାହିଁବେ ତେବେ ସେ ଏହି ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥତା କରି ସମସ୍ୟାର ସମାଧାନ କରିବା ଦିଗରେ ସହଯୋଗ କରିବେ ।