ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନେତ୍ରୀରୁ ରାଜନୀତିରେ ପାଦ ଥାପି ଥିବା ନୁସରତ ଜହାଁ କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ଖାସ୍ କରି ପଶ୍ଚିମବଙ୍ଗ ତୃଣମୂଳ କଂଗେସର ସାଂସଦ ହେବା ପରେ ସେ ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଏବେ ସେ ରାଜନୀତିକୁ ନେଇ ଏକ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ନେତା କହିବା ବିଲକୁଲ୍ ପସନ୍ଦ ନୁହେଁ । ମୋତେ ଲୋକଙ୍କ ପ୍ରତିନିଧି କହିବା ମୁଁ ଅଧିକ ପସନ୍ଦ କରିବି । ଆମ ଭଳି ଯୁବା ନେତାଙ୍କ ପାଇଁ ନେତା ଶବ୍ଧ ବହୁତ ଭାରି ।
ସେପଟେ କାଶ୍ମୀରରୁ ଧାରା ୩୭୦ ହଟାଇବାର ସରକାରଙ୍କ ନିଷ୍ପତିକୁ ସ୍ୱାଗତ କରିଛନ୍ତି ନୁସରତ ଜହାଁ । କିନ୍ତୁ ସେ ଅସନ୍ତୋଷ ବ୍ୟକ୍ତ ମଧ୍ୟ କରିଛନ୍ତି । ସେ କହିଛନ୍ତି ଆମେ ୩୭୦ କୁ ସ୍ୱାଗତ କରୁଛୁ । କିନ୍ତୁ ଲୋକଙ୍କୁ ବି ସେମାନଙ୍କର ମତ ରଖିବାର ହକ୍ ରହିଛି । ଯଦିସ ଏହି ନିଷ୍ପତି କାଶ୍ମୀର ଲୋକଙ୍କୁ ସାମିଲ କରାଯାଇଥାନ୍ତି ତେବେ ବହୁତ ହୋଇଥାନ୍ତି ।