ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ସବୁବେଳେ ଭାରତକୁ ଧମକ ଦେଇ ଆସୁଛି । ସେ ଜାତିସଂଘ ଅଧିବେଶନ ହେଉ ଅବା ଅନ୍ୟ କିଛି ସାଧାରଣ ବୈଠକ ସବୁଠି ପାକିସ୍ତାନ ଭାରତକୁ ଟର୍ଗେଟ କରୁଛି । ତେବେ ପାକିସ୍ତାନକୁ ଏବେ ପୁଣି ମୁହଁ ତୋଡ ଜବାବ ଦେଇଛି ଭାରତ । ଆବଶ୍ୟକ ହେଲେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଡେଇଁବ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ସେନା ମୁଖ୍ୟ ବିପିନ ରାୱତ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଦୁଇଟି ଷ୍ଟ୍ରାଇକ ଆମକୁ ବାର୍ତ୍ତା ଦେଇଛି ଯେତେଦିନ ଯାଏଁ ଜଣେ ଅନ୍ୟର ଶାନ୍ତି ଓ ପରିସ୍ଥିତି ବିଶୃଙ୍ଖଳା ନକରନ୍ତି ସେତେ ଦିନ ଯାଏଁ ନିୟନ୍ତ୍ରଣ ରେଖା ଅତିକ୍ରମ କରାଯିବ ନାହିଁ । ଯଦି ପଡୋଶୀ ବିଶୃଙ୍ଖଳା କରିବ ତେବେ ଆମେ ସୀମା କରିବାକୁ ପ୍ରସ୍ତୁତ । କାରଣ ଅଧିକ ସମୟ ଯାଏଁ ଲୁଚି କରି ଖେଳ ଚାଲିବ ନାହିଁ । ବାୟୁ ମାର୍ଗ ଅଥବା ସ୍ଥଳ ଭାଗ ଦେଇ ଆମେ ସୀମା ଅତିକ୍ରମ କରିପାରିବୁ ମାତ୍ର ବିଶୃଙ୍ଖଳା ସୃଷ୍ଟି ନ ହେବା ଯାଏ ନିୟନ୍ତ୍ରଣ ରେଖା ଅତିକ୍ରମ କରାଯିବ ନାହିଁ ।
ଅଗଷ୍ଟ ୫ ପରେ ଅନୁପ୍ରବେଶ ଉଦ୍ୟମ ବଢ଼ିଛି । ପାକିସ୍ତାନ ପୁଣି ଥରେ ହିଂସା ସୃଷ୍ଟି କରିବା ଦିଗରେ କିଛି ଲୋକଙ୍କୁ ସୀମା ଅତିକ୍ରମ କରାଇବା ପାଇଁ ଚିନ୍ତା କରୁଛି । ମାତ୍ର ଏଥିରେ ପାକିସ୍ତାନ କେବେହେଲେ ସଫଳ ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି ।