ଝାଡଖଣ୍ଡ (ଏଟିଆର ବ୍ୟୁରୋ): ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଠାରୁ ୩ ଦିନିଆ ଝାଡଖଣ୍ଡ ଗସ୍ତରେ ରହିଛନ୍ତି । ଗତକାଲି ରାଷ୍ଟ୍ରପତି ଝାଡଖଣ୍ଡର ରାଜଧାନୀ ରାଂଞ୍ଚିରେ ରାତ୍ରୀ ଯାପନ କରିଥିଲେ । ଏହି ଅବସରରେ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଗତକାଲି କ୍ରିକେଟର ମହେନ୍ଦ୍ର ସିଂ ଧୋନି ରାଜଭବନରେ ପହଞ୍ଚିଥିଲେ । ସେଠାରେ ଧୋନ ରାଷ୍ଟ୍ରପତିଙ୍କ ସହିତ କିଛି ଆଲୋଚନା କରିବା ପରେ ରାଷ୍ଟ୍ରପତିଙ୍କ ସହିତ ରାତ୍ରି ଭୋଜନ କରିଥିଲେ ।
ସୂଚନାଯୋଗ୍ୟ ମହେନ୍ଦ୍ର ସିଂ ଧୋନି ଏବେ କ୍ରିକେଟ ଠାରୁ ଦୂରେଇ ରହିଛନ୍ତି । ଏଥିପାଇଁ ସେ ନିଜକୁ ବ୍ୟସ୍ତ ରଖିବା ପାଇଁ ରାଞ୍ଚି ଇଣ୍ଡୋର ଷ୍ଟାଡିୟମରେ ଖେଳୁଥିବା ନଜର ଆସିଥିଲେ । ଏଇନିକଟରେ ଧୋନି ପାଖ ଲୋକଙ୍କ ସହିତ ଗଳିରେ କ୍ରିକେଟ ଖେଳୁଥିବାର ମଧ୍ୟ ଦେଖିବାକୁ ମିଳିଥିଲେ । ଧୋନି ଗତ ଅଗଷ୍ଟ ମାସରେ ସେନା ସହିତ ରହି ୧୫ ଦିନ ସେନା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।