ହାଇଦ୍ରାବାଦ(ଏଟିଆର ବ୍ୟୁରେ): ଇସ୍ରୋର ଏନଆରଏସସିରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁ ଥିବା ବୈଜ୍ଞାନିକ ଏସ ସୁରେଶଙ୍କ ମୃତ ଦେହ ଆଜ ହାଇଦ୍ରାବାଦ ସ୍ଥିତ ଆମରିପେଟା ଅଞ୍ଚଳରେ ଥିବା ଅନ୍ନପୂର୍ଣ୍ଣା ଆର୍ପାଟାମେଣ୍ଟ ଫ୍ଲାଟରୁ ଉଦ୍ଧାର କରାଯାଇଛି । ୫୬ ବର୍ଷିୟ ସୁରେଶ ଏହି ଫ୍ଲାଟରେ ୨୦ ବର୍ଷ ହେବଏକା ରହୁଥିଲେ । ସୂଚନା ଅନୁସାରେ ସୁରେଶ ମଙ୍ଗଳବାର ଦିନ ଅଫିସ ଯାଇନଥିଲେ । ତାଙ୍କର ଜଣେ ସହଯୋଗୀ ତାଙ୍କୁ ଫୋନ କରିଥିଲେ ହେଲେ ସୁରେଶ ଉତ୍ତର ଦେଇନଥିଲେ । ଏହା ପରେ ସୁରେଶଙ୍କ ସହଯୋଗୀ ଚେନ୍ନାଇରେ କାମ କରୁଥିବା ତାଙ୍କ ସ୍ତ୍ରୀଙ୍କୁ ଖବର କରିଥିଲେ । ଖବର ପାଇ ସୁରେଶଙ୍କ ସ୍ତ୍ରୀ ଓ ତାଙ୍କ ପରିବାର ଲୋକ ହାଇଦ୍ରାବାଦରେ ପହଞ୍ଚିଥିଲେ ।
ଏହା ପରେ ପୋଲିସର ସହାୟତା କ୍ରମେ ସୁରୋଶଙ୍କ ଫ୍ଲାଟ ଭିତରକୁ ଯାଇଥିଲେ । ସେଠାରେ ସୁରୋଶଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ଦେଖିବାକୁ ପାଇ ଥିଲେ । ସୁରେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ମୃତ ହୋଇଥିବାର ଜଣାପଡିଛି । ତାଙ୍କ ମୁଣ୍ଡରେ ଲାଗିଥିବା ଆଘାତକୁ ଦେଖି ପୋଲିସ ତାଙ୍କୁ କିଏ ହତ୍ୟା କରିଥିବାର ସନ୍ଦେହ କରୁଛି । ତେବେ ଏହାକୁ ନେଇ ହାଇଦ୍ରାବାଦ ପୋଲିସ ତଦନ୍ତ ଆରମ୍ଭ କରିଛି ।