ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ ସ୍ତରରେ ପୁଣି ଥରେ ପାକିସ୍ତାନକୁ ଝଟକା ଦେଲା ଭାରତ । ଫ୍ରାନ୍ସରେ ପାକିସ୍ତାନ କବଳରେ ଥିବା କାଶ୍ମୀରର ରାଷ୍ଟ୍ରପତି ମସୁଦ ଖାନ୍ ଙ୍କ କାର୍ଯ୍ୟକ୍ରମକୁ ଭାରତ ରଦ୍ଦ କରି ପକାସ୍ତାନକୁ ଝଟକା ଦେଇଛି ।
କାଶ୍ମୀର (ପିଓକେ) ର ରାଷ୍ଟ୍ରପତି ମସୁଦ ଖାନ୍ ଙ୍କ କାର୍ଯ୍ୟକ୍ରମକୁ ଫାନ୍ସିସି ସଂସଦର ସଦନରେ ରୋକ ଲଗାଯାଇଛି । ପ୍ୟାରିସରେ ଭାରତର କୂଟନୀତି ଏବଂ ଅସ୍ତକ୍ଷେପ ପରେ ଫ୍ରାନ୍ସ ପକ୍ଷରୁ ପିଓକେର ରାଷ୍ଟ୍ରପତି ମସୁଦ ଖାନ୍ ଙ୍କୁ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ରୋକା ଯାଇଛି । ଫ୍ରାନ୍ସର ସଂସଦରେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥାନ୍ତେ ମସୁଦ ଖାନ୍ । ଏନେଇ ଭାରତ ସୂଚନା ପାଇବା ପରେ ପାକିସ୍ତାନର ଚେଷ୍ଟାକୁ ବିଫଳ କରିବା ପାଇଁ କୂଟନୀତିକ ପ୍ରୟାସ କରିଛି । ପ୍ୟାରିସରେ ଭାରତୀୟ ମିଶନ ଦ୍ୱାରା ଫ୍ରାନ୍ସ ବିଦେଶମନ୍ତ୍ରୀଙ୍କୁ ଏକ ଡିମର୍ଶ ଜାରି କରାଯାଇଛି, ଏହାପରେ ଫ୍ରାନ୍ସର କାର୍ଯ୍ୟକ୍ରମରେ ମସୁଦ ଖାନ୍ ଙ୍କୁ ରୋକା ଯାଇଛି ।