ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନର ପ୍ରଚାର ଚାଲିଥିବାବେଳେ ଅକ୍ଟୋବର୨ ଗାନ୍ଧୀଜୀଙ୍କର ୧୫୦ତମ ଜୟନ୍ତୀ ଅବସରରେ ଏହି ଅଭିଯାନକୁ ପୂରୁଛି ୫ବର୍ଷ । ଏହି ଅଭିଯାନକୁ ସଫଳ କରିବା ପାଇଁ ସଭିଏଁ ନିଜ ନିଜ ସ୍ଥରରେ ପ୍ରୟାସ ରଖିଛନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ବିଶାଖାପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଭାରତୀୟ ଟିମ୍ ସ୍ୱଚ୍ଚ ଭାରତ ଅଭିଯାନ ଲୋଗୋ ଥିବା ଜର୍ସି ପିନ୍ଧି ଖେଳିଛନ୍ତି ।
ଏହି ଅବସରରେ ବିସିସିଆଇ ପକ୍ଷରୁ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏ ନେଇ ଏକ ଫଟୋ ସେୟାର କରି ଖେଳାଳିମାନେ ସ୍ୱଚ୍ଚଭାରତ ଅଭିଯାନରେ ଭାଗ ନେଇଥିବା ସୂଚନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅକ୍ଟୋବର୨,୨୦୧୪ରେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ । ଏହା ଦ୍ୱାରା ଦେଶଭରି ସ୍ୱଚ୍ଚତାର ବାତ୍ତା ଯିବା ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ଗାନ୍ଧୀଜୀଙ୍କର ମତରେ ଗୋଟିଏ ଦେଶର ସ୍ୱଚ୍ଚ ହିଁ ସେହି ଦେଶର ଗøରବମୟତାକୁ ପ୍ରକାଶ କରିଥାଏ । ତେଣୁ ତାଙ୍କ ଜନ୍ମଜୟନ୍ତୀ ଅବସରରେ ଦେଶବ୍ୟାପି ସ୍ୱଚ୍ଚତାର ବାର୍ତ୍ତା ପ୍ରଧାନମନ୍ତ୍ରୀ ମୋଦି ପହଞ୍ଚାଇଥିଲେ । ଏହି ବାର୍ତ୍ତା ପରେ ଦେଶବ୍ୟାପି ଏହାର ପ୍ରଭାବ ଦେଖିବାକୁ ମିଳୁଛି ।
#TeamIndia joins the #SwachhBharatAbhiyaan again as the sanitation revolution completes 5 years on Mahatma Gandhi's 150th birth anniversary.#GandhiJayanti #SwachhBharat pic.twitter.com/FvUV7WLbXz
— BCCI (@BCCI) October 2, 2019