କେନ୍ଦୁଝର ( ଏଟିଆର ବ୍ୟୁରୋ): ଟ୍ରକକୁ ପଛରୁ ପିଟିଲା ବସ । ଜଳି ଉଠିଲା ଇଞ୍ଜିନ । ୮ ଜଣ ଗୁରୁତର ଆହତ । ଏମିତି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା କେନ୍ଦୁଝର ୨୯ ନଂ ଜାତୀୟ ରାଜପଥରେ । ‘ଶ୍ରୀରାମ’ ନାମକ ଏକ ଘରୋଇ ବସ୍ ବଡ଼ବିଲ୍ରୁ ଭୁବନେଶ୍ୱର ଯାଉଥିବା ବେଳେ ଏ ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ କେନ୍ଦୁଝରରୁ ଭୁବନେଶ୍ୱର ଅଭିମୁଖେ ଏହି ବସଟି ଯାଉଥିବା ବେଳେ ଏକ ଆଇରନ ବୋଝେଇ ଟ୍ରକ ହଠାତ ବ୍ରେକ ମାରିବାରୁ ବସଟି ଗଛରୁ ପିଟି ହୋଇ ଯାଇଥିଲା ।
ଦୁର୍ଘଟଣାରେ ବସର ବାମ ପଟ ସାମନା କେବିନ ଟି ସମ୍ପୂର୍ଣ୍ଣ ଭାଙ୍ଗି ଯିବା ସହ ଇଞ୍ଜିନ ଜଳି ଯାଇଛି । ଖବର ପାଇ ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହିତ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଦୁର୍ଘଟଣାରେ ୮ ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି । ବସର ହେଲପର ଓ ଡ୍ରାଇଭରଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି ।