ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଜମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡିଛି ପାକିସ୍ତାନ । ଏଥିପାଇଁ ପ୍ରତ୍ୟେକ ଦିନ ଭାରତ ବିରୋଧରେ ରଚନା କରୁଛି ନୂଆ ଷଡଯନ୍ତ୍ର । ତେବେ ଏଥର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ରାଜଧାନୀ ଦିଲ୍ଲୀ । ରାଜଧାନୀ ଦିଲ୍ଲୀରେ ବଡ ଧରଣର ହମଲା କରିବା ପାଇଁ ଏବେ ଆତଙ୍କବାଦୀ ମାନେ ଯୋଜନା କରୁଛନ୍ତି । ଏନେଇ ଗୁଇନ୍ଦା ସୂଚନା ପରେ ଦିଲ୍ଲୀରେ ଜାରି ହୋଇଛି ହାଇଆଲର୍ଟ । ସହରର ଧାର୍ମିକ ସ୍ଥଳ, ମନ୍ଦିର ଏବଂ ଜନଗହଳିପୂର୍ଣ୍ଣ ଅଞ୍ଚଳକୁ ଟାର୍ଗେଟ ରଖିଛନ୍ତି ।
ଅନ୍ୟପଟେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ବସି ଆତଙ୍କବାଦୀମାନେ ଜୈଶ-ଏ-ମହମ୍ମଦ ତିନିରୁ ୪ଟି ଗୃପ ‘କର ବା ମର’ ସଂକଳ୍ପ ନେଇ ଦିଲ୍ଲୀ, କଶ୍ମୀର ଓ ପଂଜାବ ଆତଙ୍କବାଦୀ ପଠାଇଛି । ଗୁଇନ୍ଦା ସଂସ୍ଥା ସୂଚନା ଅନୁସାରେ ଏଥିରେ ଦୀପାବଳି ବାଣ, କାଶ୍ମିରୀ ସେଓ ଦିଲ୍ଲୀକୁ ପଠାଇବ ପାଇଁ ଯୋଜନା ହୋଇଥିବା ଜଣା ପଡିଛି ।
ଗୁଇନ୍ଦା ସୂତ୍ର ଅନୁସାରେ କଶ୍ମୀରର ଏକ ସେଓ ବଗିଚାରେ ୫ ଦିନ ପୂର୍ବରୁ ଜୈଶ-ଏ-ମହମ୍ମଦର ତାଲିମ ପ୍ରାପ୍ତ ଆତଙ୍କବାଦୀମାନଙ୍କ ଗୁପ୍ତ ବୈଠକ ହୋଇଥିଲା । ତେବେ ଏହି ସୂଚନା ମିଳିବା ପରେ ଦିଲ୍ଲୀରେ ଦୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୋଲିସ ଏନେଇ ଛାନଭିନ ମଧ୍ୟ ଚଳାଇଛି ।