ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପିକ୍ସ ଡିପୋଜିଟ୍ (ଏଫଡି) ରୁ ମିଳୁଥିବା ସୁଧ ଉପରେ ନିର୍ଭର କରିଥାନ୍ତି ଭାରତର କୋଟି କୋଟି ବରିଷ୍ଠ ନାଗରିକ । କିନ୍ତୁ ଗତ ବୁଧବାର ଦିନ ସବୁଠାରୁ ବଡ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଝଟକା ଦେଇଥିଲା । ବ୍ୟାଙ୍କ ପକ୍ଷରୁ ଏକ ବର୍ଷରୁ ଦୁଇ ବର୍ଷ ଅବଧିର ଏଫଡି ଉପରେ ମିଳୁଥିବା ସୁଧ ଦର ହ୍ରାସ କରାଯାଇଛି । ଅନ୍ୟ ବ୍ୟାଙ୍କ ଗୁଡିକ ମଧ୍ୟ ଏହି ପଦକ୍ଷେପ ଉଠାଇ ପାରିବେ ଏହା ସ୍ୱଭାବିକ । ସେଥିପାଇଁ ବ୍ୟାଙ୍କର ଏହି ପଦକ୍ଷେପ ଦ୍ୱାରା ବରିଷ୍ଠ ନାଗରିକ ଏବଂ ସେବାନିବୃତ ପ୍ରାପ୍ତ ବ୍ୟକ୍ତି, ଯେଉଁମାନେ ଏଫଡି ର ସୁଧ ଉପରେ ହିଁ ନିର୍ଭର ଥିଲେ, ସେମାନଙ୍କ ପାଇଁ ଏହା ବଡ ସମସ୍ୟା ହୋଇଯାଇଛି ।
ସୁଧ ଦରକୁ ଏମସିଏଲଆର ସହ ନୁହେଁ ବରଂ ରେପୋ ରେଟ୍ ସହ ଯୋଡିବା ପାଇଁ ବ୍ୟାଙ୍କ ଗୁଡିକୁ ଆରବିଆଇ ନିର୍ଦ୍ଦେଶ ଦେଇଥିଲା । ସମୟ କ୍ରମେ ରେପୋ ରେଟ୍ ରେ ପରିବର୍ତ୍ତନ ହୋଇଥାଏ, ସେଥିପାଇଁ ଜମା ଟଙ୍କା ଉପରେ ସୁଧ ଦର ବି ଲଗାତର ଭାବେ ପରିବର୍ତ୍ତନ ହେବ ।
ଜମା ଦର ହ୍ରାସ ହେବା ପରେ ୫୦ ଲକ୍ଷ ଟଙ୍କା ଏଫଡି ଉପରେ ବର୍ଷକୁ ୫୦୦୦ ଟଙ୍କା ସୁଧ ମିଳିବ । ଏସବିଆଇ ଅନୁସାରେ , ପାଖାପାଖି ୪.୧ କୋଟି ବରିଷ୍ଠ ନାଗରିକଙ୍କ ଏଫଡି ଖାତାରେ ୧୪ ଲକ୍ଷ କୋଟି ଟଙ୍କା ପଡିଛି ।
ଅର୍ଥବ୍ୟବସ୍ଥାକୁ ଦୃତ କରିବା ପ୍ରୟାସ କ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ରେ ଲଗାତର ଭାବେ ହ୍ରାସ କରୁଛି, ଯେଉଁଥି ପାଇଁ ଜମା ହୋଇଥିବା ଟଙ୍କା ଉପରେ ସୁଧ ବି ହ୍ରାସ ହେବ । ସେଥିପାଇଁ ଯେଉଁ ବ୍ୟକ୍ତି ସୁଧ ଉପରେ ନିର୍ଭର କରୁଥିଲେ ସେମାନଙ୍କୁ ଏହା ଝଟକା ଲାଗିପାରେ । ଫାଇନାନ୍ସିଆଲ ପ୍ଲାନର୍ସ ମୁତାବକ, ଏଭଳି ସ୍ଥିତିରେ ବରିଷ୍ଠ ନାଗରିକଙ୍କୁ ଟିକେ କଷ୍ଟକରି ଡେଟ୍ ମ୍ୟୁଚୁଆଲ ଫଣ୍ଡ ଭଳି ମାର୍କେଟ-ଟୁ-ମାର୍କେଟ ପ୍ରଡକ୍ଟସ ରେ ନିବେଶ କରିବା ଉଚିତ୍ ।
ଏନେଇ ବରିଷ୍ଠ ନାଗରିକଙ୍କ ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ଉଠାଇ ପାରନ୍ତି କେନ୍ଦ୍ରସରକାର । ମିଡିଆ ରିପୋର୍ଟ ଅନୁସାରେ ସରକାର ଏସସିଏସଏସ ର ଟ୍ୟାକ୍ସ ରେ ହ୍ରାସ କରିପାରନ୍ତି । ଏହି ଯୋଜନା ଅନୁଯାୟୀ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ ।