ପାରାଦୀପ ( ଏଟିଆର ବ୍ୟୁରୋ): ଗତକାଲି ରାତିରେ ପାରାଦୀପରୁ ଆସୁଥିବା ଏକ ମାଲବୋଝେଇ ଟ୍ରକର ଡ୍ରାଇଭର ଓ ହେଲପର ମଝି ରାସ୍ତାରୁ ଗାଏବ ହୋଇ ଯାଇଛନ୍ତି । ସୂଚନା ଅନୁସାରେ ଗତକାଲି ପାରଦୀପରୁ ,କ ଟ୍ରକ ମା ବୋଝେଇ କରି ଆସୁଥିଲା । ଭୁତମୁଣ୍ଡେଇ ମହାନଦୀ ବ୍ରିଜ ଉପରେ ଟ୍ରକ ଥୋଇ ଡ୍ରାଇଭର ଫୋନରେ କଥା ହେଉଥିଲେ ।
ଗାଡି ପାଖରେ ହେଲପର ମଧ୍ୟ ଥିଲେ । ମାତ୍ର କିଛି ସମୟ ପରେ ଟ୍ରକଟି ମଝି ରାସ୍ତାରେ ଥୁଆ ହୋଇଥିବା ବେଳେ ହେଲପର ଓ ଡ୍ରାଇଭର କୁଆଡେ ଗାଏବ ହୋଇଯାଇଛନ୍ତି । ଏନେଇ ଟ୍ରକର ମାଲିକ ଥାନାରେ ଅଭିଯୋଗ କରିଛନ୍ତି । ମାଲିକଙ୍କ କହିବା କଥା ଗତକାଲି ରାତିରେ ହେଲପର ତାଙ୍କୁ ଡ୍ରାଇଭର ମିଳୁନଥିବା କଥା କହିଥିଲେ । ଏମିତି କି ଡ୍ରାଇଭର ମଦ ପିଇବା କଥା ମଧ୍ୟ ହେଲପର କହିଥିଲା ।
ଡ୍ରାଇଭର ମଦ ପିଇଥିବାରୁ ପୋଲ ତଳକୁ ଖସି ପଡିଥିବା ଅନୁମାନ କରାଯାଉଥିବା ବେଳେ ଗାଡିର ହେଲପର ହଠାତ ନିଖୋଜ ହୋଇଯିବା ଅନ୍ୟ ଆଡକୁ ଇଙ୍ଗିତ କରୁଛି । ତେବେ ଖବର ପାଇ ଅଗ୍ନିଶମ ବାହିନୀ ନଦୀରେ ବହୁତ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରି ନାହାନ୍ତି । ପାରାଦୀପ ଲକ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।