ନବରଙ୍ଗପୁର(ଏଟିଆର ବ୍ୟୁରୋ):ନବରଙ୍ଗପୁର ତୁମର୍ଲା ପଞ୍ଚାୟତର ମହୁଲି ଗାଁର ସଞ୍ଜୀବ ପ୍ରତାପ (୩୫) ନାମକ ଜଣେ ବ୍ୟକ୍ତି ନବରଙ୍ଗପୁରରୁ ମହୁଲି ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସହ ତାଙ୍କର ଧକ୍କା ଘଟିଛି । ଗାଡି ଧକ୍କା ହେବା ମାତ୍ରେ ସଞ୍ଜୀବ ଗାଡିରୁ ଛିଟିକି ହୋଇ ପଡିଯାଇଥିଲେ ।
ଦୁର୍ଘଟଣା ହୋଇଥିବାର ଦେଖି ସ୍ଥାନୀୟ ଲୋକ ପହଞ୍ଚିବା ବେଳକୁ ଘଟଣାସ୍ଥଳରେ ହିଁ ସଞ୍ଜୀବଙ୍କର ମୁତ୍ୟୃ ଘଟିଥିଲା । ସ୍ଥାନୀୟ ଲୋକ ଉତ୍ତେଜିତ ହୋଇ ଘଟଣାସ୍ଥଳରେ ବିକ୍ଷପ କରିବା ସହ ରାସ୍ତା ରୋକ ମଧ୍ୟ କରିଥିଲେ । ସେମାନଙ୍କ ମତରେ ଏହା ୨୬ନଂ ଜାତୀୟ ରାଜପଥ ହୋଇଥିବାରୁ ଏହିଭଳି ଦୁର୍ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ କେହି ଧ୍ୟାନ ଦେଉନାହାନ୍ତି । ଘଟଣାସ୍ଥଳରେ ପରିବାର ଲୋକ ଓ ସ୍ଥାନୀୟ ଲୋକ ମିଶି ପ୍ରତିବାଦ କରିବା ସହ କ୍ଷତିପୂରଣ ଦାବି କରିଥିଲେ ।