ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଉ ଜଣେ ସରକାରୀ ବାବୁ ଭିଜିଲାନ୍ସ ହାବୁଡରେ ପଡିଛନ୍ତି । ଲାଞ୍ଚ ନେଉଥିବା ବେଳେ ଜଣେ ରାଜସ୍ୱ ଅଧିକାରୀଙ୍କୁ ଭିଜିଲାନ୍ସ ଟିମ ଧରିଛି । ସୂଚନା ଅନୁସାରେ ସୂର୍ଯ୍ୟକାନ୍ତ ସାହୁ ନାମକ ଜଣେ ଅଇନଜୀବି ତାଙ୍କର ୫ଟି ମ୍ୟୁଟେସନ ଫାଇଲ ରେର୍କଡ ବଦଳାଇବା ପାଇଁ ବାରମ୍ବାର ତହସିଲ ଅଫିସ ଦୌଡୁ ଥିଲେ । ହେଲେ ସେଠାରେ ରାଜସ୍ୱ ଅଧିକାରୀ ଭାବେ କର୍ଯ୍ୟରତ କରୁଥିବା ଦେବଦତ୍ତ ମିଶ୍ର ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗୁ ଥିଲେ ।
ଏଥିରେ ଅତିଷ୍ଠ ହୋଇ ସୂର୍ଯ୍ୟକାନ୍ତ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ତେବେ ଭିଜିଲାନ୍ସ ବିଭାଗର ଏକ ଟିମ ଦେବଦତ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଆଜି ସକାଳେ ଯୋଜନା ମୁତାବକ ଦେବଦତ୍ତ ୫ହଜାର ଟଙ୍କା ଲାଞ୍ଚ ନେବା ମାତ୍ରେ ଭିଜିଲାନ୍ସ ଟିମ ତାଙ୍କୁ ଧରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲା । ଏହା ପରେ ଭିଜିଲାନ୍ସର ପକ୍ଷରୁ ଦେବଦତ୍ତଙ୍କ କାର୍ଯ୍ୟାଳୟ ଓ ବାଣପୁର ସ୍ଥିତ ଘର ଉପରେ ଚଢାଉ କରି କାଗଜ ପତ୍ର ଜାଞ୍ଚ କରିବା ସହ ତାଙ୍କର ସମ୍ପତିର ଆକଳନ କରାଯାଉଛି ।