ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ବିଭିନ୍ନ ରୀତି ନୀତି ମାନ ରହିଛି । ସେହି ରୀତି ନୀତି ସହ ଜଡିତ କିଛି ନିୟମ ବି ରହିଛି । ସେହି ନିୟମ ଗୁଡିକୁ ଲୋକେ ପାଳନ କରୁଛନ୍ତି ସତ କିନ୍ତୁ ଏହାର କାରଣ ବିଷୟରେ କିଛି ଲୋକ ହୁଏତ ଜାଣିନଥିବେ । ସେହି ନିୟମ ମଧ୍ୟରୁ ଗୋଟେ ନିୟମ ହେଉଛି ବୁଧବାର ଦିନ ଝିଅଙ୍କୁ ଶ୍ୱଶୁର ଘର ପଠାଯାଏ ନାହିଁ । ଏହାର କାରଣ ଏବେ ବି କିଛି ଲୋକ ଜାଣିନଥିବେ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଶାସ୍ତ୍ରରେ ଲିଖିତ ଥିବା ଏହି ନିୟମ ବିଷୟରେ କହିବାକୁ ଯାଉଛୁ । ତେବେ ଆସନ୍ତୁ ଜାଣିବା..
– ବୁଧବାର ଦିନ ଝିଅକୁ ଶ୍ୱଶୁର ଘର ପଠାଇବା ଦ୍ୱାରା ଝିଅର ଜୀବନ ଅତ୍ୟନ୍ତ ଦୁଃଖଦାୟୀ ହୋଇଥାଏ । ଯଦି ଆପଣଙ୍କ ଝିଅର ବୁଧ ଗ୍ରହ ଦଶା ଖରାପ ଚାଲୁଥିବ, ତେବେ ଭୁଲ୍ ରେ ବି ଆପଣ ଏହି ଦିନ ଝିଅକୁ ପଠାଇବେ ନାହିଁ ।
– ଚନ୍ଦ୍ର ର ଶତୃ ହେଉଛନ୍ତି ବୁଧ ଗ୍ରହ । ଜ୍ୟୋତିଷଶାସ୍ତ୍ରରେ ଚନ୍ଦ୍ରକୁ ଯାତ୍ରାର କାରକ ଏବଂ ବୁଧକୁ ଲାଭର କାରକ ବୋଲି କୁହାଯାଇଥାଏ । ସେଥିପାଇଁ ଏହି ଗ୍ରହର ପ୍ରଭାବ ବ୍ୟକ୍ତିଙ୍କ ଉପରେ ପଡିଥିବାର ଦେଖିବାକୁ ମିଳେ ।
– ବୁଧବାର ଦିନ ଝିଅକୁ ବିଦା କରିବା ଦ୍ୱାରା ରାସ୍ତାରେ ଦୁର୍ଘଟଣା ହେବାର ସମ୍ଭାବନା ଅଧିକ ରହିଥାଏ । କେବଳ ଏତିକି ନୁହେଁ ଶ୍ୱଶୁର ଘର ସହିତ ଝିଅର ସମ୍ପର୍କ ବି ବିଗିଡି ଯାଏ ।
– ବୁଧବାର ଦିନ ପ୍ରତ୍ୟେକ ଯାତ୍ରା ହାନିକାରକ ହୋଇଥାଏ । ଯଦି ବୁଧଙ୍କ ସ୍ଥିତି ଖରାପ ଥିବ ତେବେ ଆପଣଙ୍କୁ ଦୁର୍ଘଟଣା ଏବଂ ଅନ୍ୟ କୌଣସି ଅନିଷ୍ଠ ହେବାର ସମ୍ଭାବନା ।