ମୁମ୍ବାଇ(ଏଟିଆର ବ୍ୟୁରୋ): ସୋନୀ ଏଣ୍ଟଟେନମେଣ୍ଟ ଚାନେଲରେ ପ୍ରସାରିତ ରିୟାଲିଟି ସୋ’ “କନ ବନେଗା କରୋଡ ପତିର” ସିଜିନ୧୧ରେ ତୃତୀୟ କୋଟିପତି ହୋଇଛନ୍ତିି ଗୌତମ କୁମାର ଝା । ସେ ୧କୋଟି ଟଙ୍କା ଜିତିବା ସହ ଏହି ସିଜିନର ତୃତୀୟ କୋଟିପତି ହୋଇଛନ୍ତି । ବିହାରର ମଧୁବାନୀ ଅଞ୍ଚଳର ହେଉଛନ୍ତି ଗୌତମ ।ଗୌତମ ରେଲୱେରେ ସେସ୍କନ ଇଂଜିନିୟର ରୂପେ କାର୍ଯ୍ୟରତ ଅଛନ୍ତି ।
ସେ ବର୍ତ୍ତମାନ ଆନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାରେ କାମ କରୁଛନ୍ତି । ଏମ୍.ଟେକ କରିବା ସହ ଏହା ପୂର୍ବରୁ ଗୌତମ କାନାଡା ବ୍ୟାଙ୍କରେ କାମ କରୁଥିଲେ । ଗୌତମଙ୍କ କହିବା ଅନୁଯାଇ ସେ କେବିସିରେ ଆସିବା ପଛରେ ତାଙ୍କ ସ୍ତ୍ରୀ ଶ୍ୱେତା ଝା ଙ୍କର ଭୂମିକା ରହିଛି । ସ୍ୱତା ତାଙ୍କୁ କେବିସିରେ ଆସିବା ପାଇଁ ପ୍ରେରଣା ଯୋଗାଇଥିଲେ । ସେ ଏଠାରେ ଜିତିଥିବା ଅର୍ଥ ରାଶିରେ ନିଜ ପାଇଁ ପାଟଣାରେ ଏକ ଘର କିଣିବା ସହ, ଗରିବ ଶ୍ରେଣୀର ପିଲାଙ୍କୁ ପାଠ ପଢିବା ପାଇଁ ବହି,ଖାତା ଯୋଗାଇବେ, ଏହାସହ ପ୍ରତିବର୍ଷ ୩ଟି ଗରିବ ଝିଅଙ୍କର ବିବାହ ପାଇଁ କିଛି ଅର୍ଥ ଖର୍ଚ୍ଚ କରିବେ ।
ଆହୁରି ମଧ୍ୟ କହିଛନ୍ତି କି, ସେ ୧କୋଟି ଟଙ୍କା ଜିତିକି ଯେତିକି ଖୁସି ଅଛନ୍ତି ତା’ଠାରୁ ଅଧିକ ଖୁସି ବଲିଉଡ ଜଗତର ସେହେନସା ଅମିତାବଙ୍କୁ ଦେଖି । ଯେତେ ବେଳେ ସେ ନରଭସ ହୋଇଯାଉଥିଲେ ସେହି ସମୟରେ ଯେପରିଭାବରେ ଅମିତାବ ତାଙ୍କୁ ସାହାସ ପ୍ରଦାନ କରୁଥିଲେ ତାହା ସେ କେବେ ବି ଭୁଲି ପାରିବେ ନାହିଁ ।
ଏହା ପୂର୍ବରୁ କେବିସିରେ ୨ଜଣ କୋଟିପତି ହୋଇସାରିଛନ୍ତି । ପ୍ରଥମ କୋଟିପତି ବିହାରର ସନୋଜ ରାଜ ଯେ କି ଆଇଏସ୍ ହେବା ପାଇଁ ପାଠ ପଢୁଥିବା ଜଣେ ଛାତ୍ର ହୋଇଥିବା ବେଳେ , ଦ୍ୱିତୀୟରେ ମହାରାଷ୍ଟ୍ରର ବବିତା ତାଡେ ଯେ କି ଗୋଟିଏ ସ୍କୁଲରେ ରୋଷେଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।