ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମର ପ୍ରତ୍ୟେକ ଶୁଭ କାମରେ ପ୍ରଥମେ ଭଗବାନ ଗଣେଶଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ । ଖାସ୍ କରି ବିଶେଷ କାର୍ଯ୍ୟ ସିଦ୍ଧି ପାଇଁ ଗଣେଶଙ୍କର ବିଭିନ୍ନ ରୂପକୁ ଅରାଧନା କରାଯାଏ । ଯଦି ଉପଯୁକ୍ତ ବିଧି-ବିଧାନ ସହିତ ଗଣେଶଙ୍କ ଏହି ରୂପକୁ ପୂଜାର୍ଚ୍ଚନା କରି ପୂଜା ଘରେ ସ୍ଥାପନା କରାଯିବ ତେବେ ସମସ୍ତ ସମସ୍ୟା ଦୂର ହୋଇଥାଏ ଏବଂ ଜୀବନର ପ୍ରତ୍ୟେକ ସୁଖ ପ୍ରାପ୍ତି ହୁଏ । ତେବେ ଆସନ୍ତୁ ଜାଣିବା ଗଣେଶଙ୍କର ବିଭିନ୍ନ ରୂପ ସମ୍ବନ୍ଧରେ..
ବଇଁଶି ବଜାଉଥିବା ଗଣେଶ: ଯଦି ଆପଣଙ୍କ ଘରେ ନିୟମିତ କଳି ଝଗଡା ଲାଗି ରହୁଛି ତେବେ ଆପଣ ବଇଁଶି ବଜାଉଥିବା ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋ ଘରେ ରଖନ୍ତୁ । କାରଣ ଘରେ ବଇଁଶି ବଜାଉଥିବା ଗଣେଶ ପୂଜା କରିବା ଦ୍ୱାରା ସୁଖ-ଶାନ୍ତିର ବାତାବରଣ ରହିଥାଏ ।
ହାତୀ ଉପରେ ବସିଥିବା ଶ୍ରୀଗଣେଶ: ଯଦି ଆପଣ ଧନୀ ହେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ହାତୀ ଉପରେ ବସିଥିବା ଶ୍ରୀଗଣେଶଙ୍କୁ ପୂଜା କରିବା ଉଚିତ୍ । ଏହାଦ୍ୱାରା ଧନ ସମ୍ପତ୍ତି ଏବଂ ମାନସମ୍ମାନ ପ୍ରାପ୍ତ ହୋଇଥାଏ ।
ନୃତ୍ୟ କରୁଥିବା ଶ୍ରୀଗଣେଶ: ଗଣେଶଙ୍କର ଏହି ରୂପକୁ ପୂଜିବା ଦ୍ୱାରା ମନରେ ଶାନ୍ତି ଅନୁଭବ ହୋଇଥାଏ । ଯଦି ଆପଣ କୌଣସି କାରଣକୁ ନେଇ ଚିନ୍ତାରେ ରହୁଛନ୍ତି ତେବେ ନିୟମିତ ନୃତ୍ୟ କରୁଥିବା ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ ।
ପଦ୍ମ ଉପରେ ବସିଥିବା ଶ୍ରୀଗଣେଶ: ଭଗବାନଙ୍କର ଏହି ରୂପ ଧନ-ସମ୍ପତ୍ତି ପ୍ରଦାନ କରିଥାଏ । ଯେଉଁ ବ୍ୟକ୍ତିଧନ-ସମ୍ପତ୍ତି ର ଇଚ୍ଛା ରଖିଥାନ୍ତି ସେମାନଙ୍କୁ ପଦ୍ମ ଉପରେ ବସିଥିବା ଶ୍ରୀଗଣେଶଙ୍କୁ ପୂଜା କରିବା ଉଚିତ୍ । ଗରିବ ବ୍ୟକ୍ତି ଜଣଙ୍କ ଭଗବାନଙ୍କ ଏହି ରୂପକୁ ପୂଜିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ।
ବାଲ୍ ଗଣେଶ: ଯଦି ଆପଣ ସନ୍ତାନ ଚାହୁଁଛନ୍ତି ତେବେ ଭଗବାନ ଗଣେଶଙ୍କ ବାଲ୍ ସ୍ୱରୂପକୁ ପୂଜନ୍ତୁ । ନିୟମିତ ବାଲ୍ ଗଣେଶଙ୍କୁ ପୂଜିବା ସହ ଲଡୁ ଭୋଗ ଲଗାଇ ଉତ୍ତମ ସନ୍ତାନ ପାଇଁ ପ୍ରାର୍ଥନା କରନ୍ତୁ ।