ବାଲେଶ୍ୱର ( ଏଟିଆର ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଡ୍ରେନେଜ୍ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ବାସଭବନ ସମେତ ୭ଟି ଜାଗାରେ ଏକ କାଳିନ ଚଢ଼ାଉ । ଆଜି ଭୋରୁ ଭୋରୁ ଚଢାଉ ।
ଶ୍ରୀ ପଣ୍ଡାଙ୍କ ସହଦେବ ଖୁଣ୍ଟା ବାସଭବନ , ସହରରେ ଥିବା ଡ୍ରେନେଜ ବିଭାଗର ଦୁଇଟି କାର୍ଯ୍ୟାଳୟରେ ମଧ୍ୟ ଚଢାଉ କରାଯାଇଛି । ତାଙ୍କ ପୈତ୍ରୁକ ଘରେ ମଧ୍ୟ ଚଢାଉ ହୋଇଥିବା ସୂଚନା । ତେବେ କେତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।