ସୋର(ଏଟିଆର ବ୍ୟୁରୋ): ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲାର ସ୍ଥିତ ସୁନସାହୁପଡା ଅଞ୍ଚଳର ସନ୍ତୋଷ କୁମାର ରାଉତ ନିଜ ବନ୍ଧୁଙ୍କୁ ବସାଇ ବାଲେଶ୍ୱର ଯାଉଥିଲେ । ହେଲେ ସନ୍ତୋଷଙ୍କ ଏହି ଯାତ୍ରା ଶେଷ ଯାତ୍ରା ପାଲଟିଯାଇଛି । ସୂଚନା ଅନୁଯାୟୀ ଗତକାଲି ରାତି ୧ଟା ବେଳେ ୧୬ନଂ ଜାତୀୟ ରାଜପଥ ଦେଇ ସନ୍ତୋଷ ଯାଉଥିବା ବେଳେ ଖନ୍ତାପଡା ଥାନା ଅନ୍ତର୍ଗତ ଗଉଡୁଣୀ ପୋଖରୀ ନିକଟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା ।
ଯାହାଫଳରେ ଉଭୟ ବାଇକରୁ ଛିଟିକି ହୋଇ ପଡି ଥିଲେ । ଘଟଣାସ୍ଥଳରେ ହିଁ ସନ୍ତୋଷଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବନ୍ଧୁଙ୍କ ଅବସ୍ଥା ଗୃରୁତର ଅବସ୍ଥା ଗୁରୁତର ହୋଇଛି । ଘଟଣାସ୍ଥଳରେ ଉପସ୍ଥିତ ଥିବା ଶେରଗଡ ଟୋଲ୍ଗେଟ କର୍ମଚାରୀ ଆହତ ଯୁବକଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଧକ୍କା ଦେଇଥିବା ଅଜଣା ଗାଡିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।