ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ଏବଂ ଦକ୍ଷୀଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚର ଟେଷ୍ଟ୍ ସିରିଜ୍ ର ଶେଷ ମୁକାବିଲା ରାଞ୍ଚି ଜେଏସସିଏ ଷ୍ଟାଡିୟମରେ ଚାଲିଛି । ଆଜି ସକାଳୁ ଟସ୍ ଜିତି ଭାରତ ବ୍ୟାଟିଂ କରିବା ପାଇଁ ନିଷ୍ପତି କରିଥିଲା ।
କୂଳଦୀପ ଯାଦବ ଶୁକ୍ରବାର ସନ୍ଧ୍ୟାରେ ଆହତ ହୋଇ ରାଞ୍ଚି ଟେଷ୍ଟରୁ ବାହାରକୁ ବାହାରି ଯାଇଛନ୍ତି । ତାଙ୍କ ସ୍ଥାନରେ ଶହବାଜ ନଦୀମଙ୍କୁ ଟିମ୍ ରେ ସାମିଲ କରାଯାଇଛି ଏବଂ ଆଜି ସେ ଦକ୍ଷୀଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି । ଏହି ମୁକାବିଲାରେ ଇଶାନ୍ତ ଶର୍ମାଙ୍କୁ ଆରାମ କରିବାକୁ ଦିଆଯାଇଛି ।
ପ୍ରଥମ ସିରିଜ୍ ଟିମ୍ ଇଣ୍ଡିଆ ଜିତି ସାରିଛି । ଇତି ମଧ୍ୟରେ ତୃତୀୟ ମ୍ୟାଚ ଔପଚାରିକ ଲାଗୁଛି । କିନ୍ତୁ ଟିମ୍ ଇଣ୍ଡିଆ ୩-୦ ଟେଷ୍ଟ ସିରିଜ୍ ଜିତିବା ପାଇଁ ଚେଷ୍ଟା କରିବ ।
ସୂଚନାଯୋଗ୍ୟ, ପ୍ରଥମ ଟେଷ୍ଟ ୨୦୩ ରନ୍ ରେ ଜିତିଥିବା ବେଳେ ପୁଣେ ରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ୧୩୭ ରନ୍ କରିଥିଲା । ଏବେ ତୃତୀୟ ମ୍ୟାଚ୍ ଜିତିବା ପାଇଁ ପୂରା ଅଣ୍ଟା ଭିଡି ଦେଇଛି ଟିମ୍ ଇଣ୍ଡିଆ । ଶେଷ ଟେଷ୍ଟ ମ୍ୟାଚ୍ ରେ ପୂର୍ବ ଭାରତୀୟ ଟିମ୍ ରୁ ବ୍ୟାଟିଂ ଏବଂ ବୋଲିଂ ରେ କୌଣସି କମଜୋର ନଜର ଆସିନାହିଁ । ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଆସୁଛନ୍ତି ।