ବିଜେପୁର ( ଏଟିଆର ବ୍ୟୁରୋ): ଆଜି ସରୁଛି ବିଜେପୁରରେ ନିର୍ବାଚନ ପ୍ରଚାର । ଏହି ଅବସରରେ ତିନି ଦଳ ସକାଳୁ ସକାଳୁ ସେମାନଙ୍କ ୪ ପ୍ରଚାର ଆରମ୍ଭ କରି ଦେଇଛନ୍ତି । ଆଜି ତିନି ଦଳ ମୁଖ୍ୟତ ଗାଇସିଲଟରେ ପ୍ରଚାର ସାରି ପାରନ୍ତି ବୋଲି ଅନୁମାନ କରାଯାଉଛି । ଆସନ୍ତାକାଲି ମଝିରେ ଗୋଟିଏ ଦିନ ବାଦ ଦେଲେ ପରଦିନ ଅର୍ଥାତ ୨୧ ତାରିଖରେ ବିଜେପୁର ଉପନିର୍ବାଚନ ମତଦାନ ହେବ ।
ଏହି ଅବସରରେ ସଠିକ ନିର୍ବାଚନ ପରିଚାଳନା ପାଇଁ ପୋଲିଂ ଅଧିକାରୀ ମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସୂଚନା ଅନୁସାରେ ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୫ ଟାରେ ସାରିବାକୁ ନିଷ୍ପତ୍ତି ହୋଇଛି । ୨୮୫ ବୁଥ ବିଶିଷ୍ଟ ଏହି ବିଧାନସଭା ନିର୍ବାଚନ ମଣ୍ଡଳିରେ ୧୩୫ ଟି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଥିବା ଜଣା ପଡିଛି । ଏହି ସବୁ ବୁଥରେ ସିସିଟିଭି ଲଗାଯିବ । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଆଜି ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ବରପାଲିରେ ପ୍ରଚାର କରିବେ । ସେହିଭଳି ବିଜେପି ପ୍ରାର୍ଥୀ ସନତ ଗଡତିଆ ଗାଇସିଲଟ ଏବଂ ବରପାଲିରେ ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି । ଆଜି ସଂନ୍ଧ୍ୟା ୫ ଟାରେ ସରିବ ନିର୍ବାଚନୀ ପ୍ରଚାର ।